ନୂଆଦିଲ୍ଲୀ– ଫିଜିର ୫୦ ତମ ସ୍ୱାଧୀନତା ଦିବସରେ ଫିଜିର ସରକାର ଓ ସେଠାକାର ଲୋକ ମାନଙ୍କୁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ ଜୟଶଙ୍କର ଶୁଭେଚ୍ଛା ଜଣାଇଛନ୍ତି ।
ସେ ଏହି ଅବସରରେ କହିଛନ୍ତି ଯେ ଜଳବାୟୁ ପରିବର୍ତନ ଓ ଅନ୍ୟ ଏସଡିଜିକୁ ହାସଲ କରିବା ପାଇଁ ଭାରତ ଫିଜି ସହ ଠିଆ ହୋଇଛି । ଦୁଇ ଦେଶ ମଧ୍ୟରେ ଦୀର୍ଘ ଦିନର ବନ୍ଧୁତା ଆହୁରି ଦୃଢ ହେବ ବୋଲି ସେ କହିଛନ୍ତି ।