ଗଞ୍ଜାମ– ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପଖଣ୍ଡ ପାଲୁର ହିଲ୍ ଠାରେ ଥିବା ନିଷ୍ଟ ବୈଷୟିକ ଶିକ୍ଷାନୁଷ୍ଠାନରେ ପରିଚାଳନାକୁ ନେଇ ଉତେଜନା ସୃଷ୍ଟି ହୋଇଛି । ଓଡ଼ିଶାର ବିଭିନ୍ନ ଜିଲ୍ଲା ସହ ପଡ଼ୋଶୀ ରାଜ୍ୟରୁ ଏଠାରେ ଇଞ୍ଜିନିୟରିଂ ପାଠ ପଢିବା ପାଇଁ ନାମ ଲେଖାଉଥିବା ଛାତ୍ରଛାତ୍ରୀ ମାନେ କଲେଜରେ କର୍ତୃପକ୍ଷଙ୍କ ଏଭଳି ଦୃଶ୍ୟ ଦେଖି ଭୟଭିତ ହୋଇପଡିଛନ୍ତି । ଶିକ୍ଷାନୁଷ୍ଠାନରେ ପିଲାଙ୍କ ଭବିଷ୍ୟତକୁ ଛାଡି ମ୍ୟାନେଜମେଂଟକୁ ନେଇ ହୋଇଥିବା ଗଣ୍ଡଗୋଳ ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ନିୟମିତ ନିଷ୍ଟ କ୍ୟାମ୍ପସ୍ ରେ ଉତେଜନାତ୍ମକ ପରିସ୍ଥିତି ଜାରୀ ରହୁଥିବା ଫଳରେ ଛାତ୍ର ଛାତ୍ରୀଙ୍କ କଲେଜ ପ୍ରତି ବିମୁଖତା ପ୍ରକାଶ ପାଇଛି । ଗତ ଗୁରୁବାର ଦିନ ମ୍ୟାନେଜମେଂଟକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଚାପା ଉତେଜନା ଦେଖାଦେଇଛି । ନୂତନ ସିକ୍ୟୁରିଟି ସଂସ୍ଥା ନିୟୋଜନ ସହ କର୍ମଚାରୀଙ୍କୁ କ୍ୟାମ୍ପସ୍ ପରିସରକୁ ନଛାଡିବାରୁ ଉତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଏନେଇ ଥାନାରେ ଦୁଇଟି ମାମଲା ରୁଜ୍ଜୁ ହୋଇଛି । ଅଭିଯୋଗ ପ୍ରକାରେ ଅନୁଷ୍ଠାନର ଅଧ୍ୟକ୍ଷ ସଂଗ୍ରାମ ମୁଦୁଲି ଓ କିଛି ନୂତନ ସିକ୍ୟୁରିଟି ସଂସ୍ଥାକୁ ନେଇ କ୍ୟାମ୍ପସ୍ ଗେଟ୍ ରେ ପହଂଚି ସେଠାରେ ପୂର୍ବରୁ ନିୟୋଜିତ ସିକ୍ୟୁରିଟିଙ୍କୁ ସେଠାରୁ ବାହାର ଦେଇଥିଲେ । ମୁଖ୍ୟ ଫାଟକ ସମ୍ମୁଖସ୍ଥ ସିକ୍ୟୁରିଟି ଅଫିସ୍ କୋଠରି ଓ ରିସପସେନ ଅ ଫିସ କୋଠରୀର ତାଲାେ ଭାଙ୍ଗି ସେଠାରେ ଥିବା ଅନୁଷ୍ଠାନର ସମସ୍ତ ଚାବି ନେଇ ଯାଇଥିଲେ । ଏହା ଜାଣିବା ପରେ ଅନୁଷ୍ଠାନର କର୍ମଚାରୀ ଓ ଶିକ୍ଷକ ଫାଟକ ସମ୍ମୁଖରେ ପହଂଚିଥିଲେ । କିନ୍ତୁ ଫାଟକରେ ନିୟୋଜିତ ନୂତନ ସିକ୍ୟୁରିଟି ଗାର୍ଡ଼ ମାନେ କର୍ମଚାରୀ ମାନଙ୍କୁ ଭିତରକୁ ଛାଡି ନଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ଓ ମାଡପିଟ୍ ହୋଇଥିଲା । ଘଟଣା ସମ୍ପର୍କରେ ଉଭୟ ଗୋଷ୍ଠୀ ପକ୍ଷରୁ ଥାନାରେ ମାମଲା ରୁଜ୍ଜୁ ହୋଇଛି । ଥାନାରେ ଉଭୟଙ୍କ ଅଭିଯୋଗକୁ ଗ୍ରହଣ କରାଯାଇଛି ବୋଲି କହୌିଛନ୍ତି ସଦର ଏସଡିପିଓ ଜୟନ୍ତ କୁମାର ମହାପାତ୍ର ।