ଭୁବନେଶ୍ୱର– କୋଭିଡ୍ କଟକଣାକୁ ଉଲ୍ଲଂଘନ କରା ଯିବା ଅଭିଯୋଗ ଆସିବା ପରେ ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପଳାସପଲ୍ଲୀସ୍ଥିତ ଅଫିସ୍ ୧୫ ଦିନ ଲାଗି ସିଲ୍ କରାଯାଇଛି । ବିଏମସି ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣା ପଡିଛି ।
ମିଳିଥିବା ସୂଚନା ଅନୁସାରେ ସାଂସଦ ଅପରାଜିତା ବାରମ୍ବାର କୋଭିଡ୍ ଆଇନ୍ ଭାଙ୍ଗୁଥିବା ଅଭିଯୋଗ କରି କୋଭିଡ୍ ଯୋଦ୍ଧା ମାନେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ସେମାନେ ଏ ସମ୍ପରର୍କରେ ଲିଖିତ ଭାବେ ଭୁବନେଶ୍ୱର ଡିସିପିଙ୍କ ଠାରେ ଅଭିଯୋଗ କରିଥିଲେ ।
ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କୋଭିଡ୍ ନିୟମ ଭାଙ୍ଗିବା ପ୍ରସଙ୍ଗରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ନିକଟକୁ ପତ୍ର ଲେଖିଥିଲେ