
ମାଲକାନଗିରି-ମାଲକାନଗିରି ଜିଲ୍ଲାରେ ଆଜିପୁଣି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା ର ଏକ ନଗ୍ନ ରୂପ !ଯେଉଁଠି କି ଗାଁ କୁ ଭଲ ରାସ୍ତାଟିଏ ନଥିବାରୁ ଆମ୍ବୁଲାନ୍ସ ଯାଇନପାରିବାରୁ ଗର୍ଭବତୀ ଖୋଦ ନିଜେ ଯନ୍ତ୍ରଣା ସ୍ୱତେ ଚାଲିଚାଲି ଆମ୍ବୁଲାନ୍ସ ନିକଟକୁ ଆସିଥିଲେ !କୋରୁକୋଣ୍ଡା ବ୍ଲକ ନାକାମାମୁଡି ପଞ୍ଚାୟତ ତେନ୍ତୁଳିପଦର ଗ୍ରାମର ପ୍ରମେୟା ଖରା ନାମକ ମହିଳା ଙ୍କ ଗତକାଲି ସନ୍ଧ୍ୟା ରେ ଗର୍ଭ ଯନ୍ତ୍ରଣା ହେବାରୁ ଗାଁ ର ଆଶାକର୍ମୀ ଓ ଏଏନ ଏମ ଦିଦି ୧0୮ ଆମ୍ବୁଲାନ୍ସ କୁ ଫୋନକରିଥିଲେ !ତୁରନ୍ତ ଆମ୍ବୁଲାନ୍ସ ଗାଁ କୁ ଯାଇଥିଲା ହେଲେ ତେନ୍ତୁଳିପଦ ର ଗ୍ରାମକୁ ଯିବାକୁ ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଗାଁ ଠାରୁ ୨ କିଲୋମିଟର ଦୂରରେ ଅଟକି ରହିଥିଲା !ଶେଷରେ ଅନ୍ୟ ଉପାୟ ନପାଇ ବାଧ୍ୟ ହୋଇ ପାହାଡିଆ ରାସ୍ତାରେ ପରିବାର ଲୋକ ଗର୍ଭବତୀଙ୍କୁ ଚଲାଇ ଚଲାଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ !ତାଙ୍କୁ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟକୁ ଅଣା ଯିବାପରେ ସେ ଏକ ପୁତ୍ର ସନ୍ତାନ କୁ ଜନ୍ମ ଦେଇଥିଲେ !ମା ଓ ଛୁଆ ଉଭୟ ସୁସ୍ଥ ଥିବା ଜଣାପଡିଛି !