Related Stories
November 23, 2024
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ଭକ୍ତ ମାନଙ୍କ ପାଇଁ ତଥା ସର୍ବସାଧାରଣଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଖୋଲାଯିବା ସମ୍ପର୍କରେ ଆଜିଠାରୁ ବିଚାର ବିମର୍ଶ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ତା୯.୧୦.୨୦ ରିଖ ଦିବା ୧୧.୦୦ ଘଣ୍ଟା ସମୟରେ ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର ମହୋଦୟ ୪ ଗୋଟି ସେବାୟତ ନିଯୋଗ ସହିତ ଆଲୋଚନା କରିଛନ୍ତି । ସେମାନେ ହେଲେ ପ୍ରତିହାରୀ ନିଯୋଗ, ପୂଜାପଣ୍ଡା ନିଯୋଗ , ସୁଆର ମହାସୁଆର ନିଯୋଗ ଏବଂ ଖୁଣ୍ଟିଆ ନିଯୋଗ । ତା ସହିତ ପରିଚାଳନା କମିଟିର ସେବକ ମେମ୍ବର୍ସ ମାନେ ମଧ୍ୟ ଉପସ୍ଥିତ ଥିଲେ । ସେମାନେ ତାଙ୍କର ମତାମତ ଉପସ୍ଥାପିତ କରିଛନ୍ତି । ଆଗାମି ଦିନରେ ତା ୧୨.୧୦.୨୦ ରିଖ ରୁ ତା ୧୬.୧୦.୨୦ ରିଖ ପର୍ଯ୍ୟନ୍ତ ଏ ପ୍ରକ୍ରିୟା ଜାରୀ ରହିବ । ଏ ସମସ୍ତ ମତାମତ, ସମସ୍ତେ ଦେଇସାରିବା ପରେ ତାକୁ ନେଇ ଆଗାମୀ ଦିନରେ ଯେଉଁ ପରିଚାଳନା କମିଟି ବସିବ, ସେଥିରେ ସମସ୍ତ ମତାମତ ଉପସ୍ଥାପିତ କରାଯାଇ ଯାହା ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ।