
ବୌଦ୍ଧ– ବୌଦ୍ଧ ଜିଲ୍ଲାରେ ଗୋଟିଏ ଦିନର ବିରତି ପରେ କରୋନା ସଂକ୍ରମଣ ସଂଖ୍ୟା ପୂର୍ବ ସ୍ଥିତିକୁ ଫେରିଛି । ଜିଲାରେ ଆଜି ୩୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ୩୧ ଜଣଙ୍କ ମଧ୍ୟରୁ ସର୍ବାଧିକ ହରଭଙ୍ଗା ବ୍ଳକର ହରଭଙ୍ଗା ଗ୍ରାମରୁ ୧୦ ଜଣ ଚିହ୍ନଟ ହୋଇଛନ୍ତି । ଏହା ସହିତ ବୌଦ୍ଧ ସହର ଓ ଟିକରପଡା ପଂଚାୟତର ଗୁଢ଼ିଆଳି ଗ୍ରାମରୁ ୫ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଜିଲାର ଛତ୍ରଙ୍ଗରୁ – ୩ ଜଣ, କସୁରବନ୍ଧ, ରତାଖଣ୍ଡି ଓ ଆଡେନିଗଡରୁ ୨ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଏହା ବ୍ୟତିତ ବାଉଁଶୁଣୀ ଓ ଭେଜିଗୋରାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ତ୍ରିଲୋଚନ ପ୍ରଧାନ ସୂଚନା ଦେଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଜିଲାରେ କରୋନା ପଜିଟିଭଙ୍କ ସଂଖ୍ୟା ୨୧୧୪ କୁ ବୃଦ୍ଧି ପାଇଛି ।