ଗଞ୍ଜାମ– ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଳକ କୁରୁଳା ପଂଚାୟତ ସରପଂଚ ରୂପେ ୨୦୧୭ରେ ବି. ଆଉସା ପାତ୍ର ନିର୍ବାଚିତ ହୋଇଥିଲେ। ୧୧ଟି ୱାର୍ଡ ମଧ୍ୟରୁ ୮ ଜଣ ୱାର୍ଡସଭ୍ୟ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥାପ୍ରସ୍ତାବ ପାଇଁ ଭଞ୍ଜନଗର ଉପଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିଛନ୍ତି । ଏହାକୁ ଭିତ୍ତି କରି ଆସନ୍ତା ମଙ୍ଗଳବାର ଦିନ ଏଥିପାଇଁ ଭୋଟ କରିବାକୁ ବିଡିଓ ସମସ୍ତ ୱାର୍ଡ ସଭ୍ୟ ଓ ସରପଂଚ ମାନଙ୍କୁ ନୋଟିସ୍ ଦିଆଯାଇଥିଲା । ତେବେ ବର୍ତ୍ତମାନ କୋଭିଡ୍ କଟକଣା ନିୟମ ପାଇଁ ଏହି ଅନାସ୍ଥା ଭୋଟ୍ ହୋଇପାରିବ ନାହିଁ ବୋଲି ଭଞ୍ଜନଗର ଉପଜିଲାପାଳ ସୂଚନା ଦେବା ଫଳରେ କୁରୁଳାରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି ।
Related Stories
November 21, 2024
November 21, 2024