
ଜଗନ୍ନାଥପ୍ରସାଦ – ଜଗନ୍ନାଥପ୍ରସାଦ ବ୍ଳକ୍ ପ୍ରତାପୁରର ‘ସମ୍ବାଦ’ ପ୍ରତିନିଧି ଧନଞ୍ଜୟ ପଟ୍ଟାନାୟକଙ୍କ ବାପା ବାଳକୃଷ୍ଣ ପଟ୍ଟନାୟକଙ୍କ ଆଜି ସକାଳେ ହୃଦଘାତରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା। ସ୍ବର୍ଗତ ପଟ୍ଟନାୟକ ଜଣେ ମିଷ୍ଠଭାଷୀ,ବନ୍ଧୁ ବତ୍ସଳ ଓ ଅମାୟିକ ବ୍ୟକ୍ତି ଥିଲେ। ଆଜି ସକାଳେ ସେ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରିବା ସହ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତୁରନ୍ତ ତାଙ୍କୁ ଭଞ୍ଜନଗର ଡାକ୍ତରଖାନକୁ ଅଣାଯାଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ସେ ହୋମିଓ ପାଥି ଚିକିତ୍ସାରେ ଅଞ୍ଚଳର ବହୁ ଲୋକଙ୍କ ଚିକିତ୍ସା କରିଥିବା ବେଳେ ସତ୍ୟସାଇ ସଙ୍ଗଠନ ସହ ଜଡିତ ହୋଇ ବହୁ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିପାରିଥିଲେ। ତାଙ୍କର ଏହି ବିୟୋଗରେ ସ୍ଥାନିୟ ଅଞ୍ଚଳ ଶୋକର ଛାୟା ଖେଳି ଯାଇଛି।ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଧର୍ମପତ୍ନୀ ପ୍ରମିଳା ପଟ୍ଟନାୟକ ଓ ତିନି ପୁଅ ଧନଞ୍ଜୟ,ଜନ୍ମେଞ୍ଜୟ ଓ ମୃତ୍ୟୁଞ୍ଜୟଙ୍କ ସମେତ ବୋହୁ ନାତିନାତୁଣୀ ଉପସ୍ଥିତ ଥିଲେ ଶେଷ ଦର୍ଶନ ପାଇଁ ବହୁମାନ୍ୟଗନ୍ୟ ବ୍ୟକ୍ତି ତଥା ସାମ୍ବାଦିକ ମାନେ ଯୋଗ ଦେଇଥିଲେ
।ଜଗନ୍ନାଥ ପ୍ରସାଦ ରୁ ଚିତ୍ତରଞ୍ଜନ ଗନ୍ତାୟତ ଙ୍କ ରିପୋର୍ଟ