କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ବିଜେପି ର ରାଷ୍ଟ୍ର ମୁଖପାତ୍ର ପଦବୀ ପାଇବା ପରେ ପୁରୀ ଆସିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ| ଶ୍ରୀମନ୍ଦିର ସମ୍ମୁଖରୁ ପତିତପାବନ ଦର୍ଶନ କରିବା ସହିତ ସିଂହଦ୍ୱାର ସମ୍ମୁଖରେ ରହି ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ |ତାଙ୍କ ସହିତ ଥିଲେ ବରିଷ୍ଠ ସେବାୟତ ତଥା ବିଜେପି ରାଷ୍ଟ୍ରୀୟ ପରିଷଦର ସଦସ୍ୟ ମଧୁସୂଦନ ସିଂହାରୀ, ଜିଲ୍ଲା କାର୍ଯ୍ୟକର୍ତ୍ତା ସୋମନାଥ ଖୁଣ୍ଟିଆ, ଅକ୍ଷୟ ମହାନ୍ତି, ରବି ଦାଶ ପ୍ରମୁଖ ପ୍ରଦୀପ ପ୍ରଜ୍ବଳନ ସମୟରେ ଉପସ୍ଥିତ ଥିଲେ |
ଏହି ଅବସରରେ ଅପରାଜିତା କହିଥିଲେ ମହାପ୍ରଭୁ ମୋତେ ଆଶୀର୍ବାଦ କରନ୍ତୁ ଯେପରି ମୁଁ ସମସ୍ତଙ୍କୁ ଅଧିକ ରୁ ଅଧିକ ସାହାଯ୍ୟ, ସହଯୋଗ ଏବଂ ସେବା କରିପାରିବି |