
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,CPIM-ଦେଶ ରେ ବେଟି ପଢ଼ାଓ ବେଟି ବଚାଓ ନାରା ଦେଇଥିବା ବିଜେପି ବାସ୍ତବରେ ମହିଳା ଦଳିତ ଆଦିବାସୀ ବିରୋଧୀ | ମହିଳା ଙ୍କୁ ସୁରକ୍ଷା ନାହିଁ |ପ୍ରତେକ ଦିନ ଦେଶ ରେ ଦୁଷ୍କର୍ମ, ନିର୍ଯାତନା ଓ ଧର୍ଷଣ ବଢି ଚାଲିଛି | ଉତ୍ତର ପ୍ରଦେଶ ର ହାଥରସ ରେ ଦଳିତ ଯୁବତୀ ମନୀଷା ବାଲ୍ମୀକି କୁ ଯେଉଁ ଭଳି ଭାବେ ଗଣ ଦୁଷ୍କର୍ମ କରି ଚିକିତ୍ସା ଅବସ୍ଥା ରେ ମୃତ୍ୟୁ ଓ ତା ପରେ ମୃତ୍ୟୁ ଶରୀର କୁ ପରିବାର ଙ୍କୁ ନ ଦେଇ ରାତାରାତି ପୋଡି ଦେବା ଘଟଣା ଦୁର୍ଭାଗ୍ୟ ଜନକ | ଉତ୍ତର ପ୍ରଦେଶ ସରକାର ମିଡିଆ ଓ ସାମାଜିକ କର୍ମୀ, ରାଜ ନୈତିକ ଦଳ ର ନେତୃତ୍ୱ ଙ୍କୁ ମଧ୍ୟ ପିଡୀତା ପରିବାର ଙ୍କୁ ଦେଖା ନ କରାଇବା ପଛରେ ଆସାମୀ ମାନଙ୍କୁ ସୁରକ୍ଷା ଦେବା କଥା ସ୍ପଷ୍ଟ ହୋଇଛି ବୋଲି ସି. ପି. ଆଇ (ଏମ )ଅଭିଯୋଗ କରିଛି |ଆଜି ସି. ପି. ଆଇ (ଏମ )ପକ୍ଷରୁ ପୁରୀ ଜିଲ୍ଲାପାଳ ଅଫିସ ସମ୍ମୁଖ ରେ ଗଣ ବିକ୍ଷୋଭ କରା ଯାଇଛି | ସମ୍ପାଦକ ଶରତ କୁମାର ରାୟଗୁରୁ, ଜଗନ୍ନାଥ ଦେଓ ହତରସ ରେ ଗଣ ଦୁଷ୍କର୍ମ ପିଡୀତା “ମନୀଷା “ପରିବାର କୁ ସୁରକ୍ଷା ଦେବା ସହ ସୁପ୍ରିମ କୋର୍ଟ ବିଚାର ପତି ଙ୍କ ଦ୍ୱାରା ନ୍ୟାୟିକ ତଦନ୍ତ କରି ଦୋଷୀ ଙ୍କୁ ଦୃଷ୍ଟାନ୍ତ ମୂଳକ ଦଣ୍ଡ ଦେବା କୁ ଦାବୀ କରିଥିଲେ |ଉତ୍ତର ପ୍ରଦେଶ ରେ ଆଇନି ଶୃଙ୍ଖଳା ବିପର୍ଯ୍ୟସ୍ତ ଯୋଗୁଁ ଯୋଗୀ ସରକାର ର ଇସ୍ତଫା ଦେବା ପାଇଁ ମଧ୍ୟ ଦାବୀ କରା ଯିବା ସହ ରାଷ୍ଟ୍ରପତି ଙ୍କ ଉଦେଶ୍ୟ ରେ ଦାବୀ ପତ୍ର ଜିଲ୍ଲାପାଳ ଙ୍କୁ ଦିଆଯାଇଛି | ବିକ୍ଷୋଭ କୁ ପ୍ରତିମା ଦେଓ, ମନୋରଞ୍ଜନ ମହାରଣା, ଟୁନା ନାୟକ, ପୂର୍ଣ୍ଣ ଚନ୍ଦ୍ର ମୁଦୁଲି,ବିଭୁତି ରାଉତ ରାୟ ପ୍ରମୁଖ ପରିଚାଳନା କରିଥିଲେ |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO