
ଆଜି ସାହିଭାଇ ଅନୁଷ୍ଠାନ ସଂକଳ୍ପ ସପ୍ତାହ ୨୦୨୦ ର ପଞ୍ଚମ ଦିବସରେ ଜନସ୍ବାସ୍ଥ୍ୟ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଛି। ସମ୍ପାଦକ ଶ୍ରୀ ଚନ୍ଦ୍ରଶେଖର ମିଶ୍ରଙ୍କ ତତ୍ତ୍ୱାବଧାନରେ ଆଜିର ଏହି ଦିନରେ ଅନୁଷ୍ଠାନ ଦ୍ଵାରା ଚିକିତ୍ସାଧୀନ ଥିବା କୁନି ଶିଶୁ ବିକାଶ ର ସ୍ବାସ୍ଥ୍ୟ ସମସ୍ୟାର ସମାଧାନ ଦିଗରେ ଉତ୍ସର୍ଗୀକୃତ କରାଯାଇଛି।
ଏଥିସହ ଅନୁଷ୍ଠାନ ର ସଦସ୍ୟଙ୍କ ଦ୍ୱାରା ରକ୍ତ ଦାନ କରାଯିବା ସହ ଏକ Blood donor directory ମଧ୍ୟ ଉନ୍ମୋଚନ କରାଯାଇଛି।
ଚଳିତ ବର୍ଷ କୋଭିଡ଼୧୯ ନିୟମ କୁ ପାଳନ ପୂର୍ବକ ସମ୍ପୁର୍ଣ୍ଣ ନିରାଡମ୍ବର ପୂର୍ଣ୍ଣ ଭାବେ ସ୍ବଲ୍ପ ସଦସ୍ୟ ମାନଙ୍କ ଉପସ୍ଥିତିରେ ଏହି ସପ୍ତାହକୁ ପାଳନ କରିବାକୁ ଅନୁଷ୍ଠାନ ତରଫରୁ ସ୍ଥିର କରାଯାଇଛି ।