ମଧୁବନୀ – ମହାତ୍ମା ଗାନ୍ଧୀଙ୍କ 150 ତମ ଜୟନ୍ତୀ ବର୍ଷ ଅବସରରେ ରାଜ୍ୟସଭା ସାଂସଦ ତଥା ହିନ୍ଦୁସ୍ଥାନ ସମାଚାରର ଅଧ୍ୟକ୍ଷ ଆର.କେ. ସିହ୍ନା ଗାନ୍ଧୀ ସଂକଳ୍ପ ଯାତ୍ରାର ତୃତୀୟ ଦିନରେ ଶୁକ୍ରବାର ଦିନ ମଧୁବନ ସେଣ୍ଟ୍ରାଲ ସ୍କୁଲ ଓ ମଧୁବନ ବାବୁ ଆଶ୍ରମ ପହଂଚିଥିଲେ । ସେଠାରେ ସେ ମହାତ୍ମା ଗାନ୍ଧୀଙ୍କ ପ୍ରତିମାରେ ଶ୍ରଦ୍ଧାସୁମନ ଅର୍ପିତ କରିଛନ୍ତି ।
ବାପୁଙ୍କ ଭିତ୍ତି ଶିଳ୍ପ (ମ୍ୟୁରେଲ) ଦେଖିବା ପରେ ଆରକେ ସିହ୍ନା ତାଙ୍କର ପଦଯାତ୍ରା ଆରମ୍ଭ କରିଛନ୍ତି । ତାଙ୍କ ସହିତ ବିହାରର ସମବାୟ ମନ୍ତ୍ରୀ ରାଣା ରଣଧୀର ସିଂହ ଓ ଅନ୍ୟାନ୍ୟ କାର୍ଯକର୍ତା ମାନେ ମଧ୍ୟ ତାଙ୍କ ସହ ପଦଯାତ୍ରା କରିଛନ୍ତି ।
ଆଜି ସ୍କୁଲରେ ପହଂଚିଲା ପରେ ମଧିୁବନ ସେଂଟ୍ରାଲ ସ୍କୁଲରେ ସେଠାକାର ପିଲା ମାନେ ସ୍ୱାଗତ ସଙ୍ଗୀତ ଗାନ କରି ତାଙ୍କୁ ସ୍ୱାଗତ କରିଥିଲେ । ଏହା ପରେ ବିଦ୍ୟାଳୟ ପ୍ରାଙ୍ଗଣରେ ଶ୍ରୀ ସିହ୍ନା ବାପୁଙ୍କ ସିଦ୍ଧାନ୍ତ ନେଇ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବୋଧିତ କରିଥିଲେ ।