
ଭୁବନେଶ୍ୱର – ରାଜ୍ୟରେ ୨୪ ଘଂଟାରେ ମୋଟ୍ ୪୧ ହଜାର ୮୪୦ କରୋନା ନମୁନା ପରୀକ୍ଷା କରାଯାଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଏଥିମଧ୍ୟରୁ ଆଂଟିଜେନ୍ରେ ୩୫,୫୫୦ ଆରଟିପିସିଆରରେ ୬,୧୮୫ ଓ ଟ୍ରୁନଟ୍ରେ ୧୦୫ ଟି କରୋନା ନମୁନା ପରୀକ୍ଷା କରାଯାଇଛି । ବର୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୩୫୨୪୨୪୨ ନମୁନାର ପରୀକ୍ଷା କରା ଯାଇଛି ।