
ମାଲକାନଗିରି- ଆନ୍ଧ୍ର ଓଡିଶା ସୀମାନ୍ତ ନrଲ ଉପଦୃତ ମାଓ ପ୍ରବଣ ଆଦିବାସୀ ବହୁଳ ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପଂଚାୟତ ସମିତି ଅନ୍ତର୍ଗତ ନଅଗୋଟି ଗ୍ରାମ ପଂଚାୟତ ଦୀର୍ଘ ଦିନ ଠାରୁ ବାହ୍ୟ ଜଗତ ରୁ ବିଛିନ୍ନ ହୋଇ ଚିତ୍ରକୋଣ୍ଡା ବିଛିନ୍ନାଂଚଳ ଭାବରେ ପରିଚିତ ଥିଲା । ଗୁରୁପ୍ରିୟା ସେତୁ ଉଦଘାଟନ ସମୟରେ ମୁଖ୍ୟମନ୍ତ୍ରୀ ଉକ୍ତ ବିଚ୍ଛିନାଂଚଳ କୁ ସ୍ୱାଭିମାନ ଅଂଚଳ ରୂପେ ନାମ କରଣ କରିବା ସହିତ ଉକ୍ତ ଅଂଚଳ ବାସୀଙ୍କ ବିକାଶ ପାଇଁ ୧୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ । ଏହି ପ୍ୟାକେଜ ରୁ ପ୍ରାଥମିକ ସ୍ତରରେ ଜିଲା ପ୍ରଶାସନ ମାଛ ·ଷ ପାଇଁ ଉଦ୍ୟମ କରିଥିବା ବେଳେ ଉକ୍ତ ସ୍ୱାଭିମାନ ଅଂଚଳରେ ହଳଦୀ, ଛେଳି ଓ କୁକୁଡ଼ା ·ଷକୁ ଗୁରୁତ୍ୱ ଦିଆଯାଇଥିଲା ।
ଉକ୍ତ ସ୍ୱାଭିମାନ ଅଂଚଳ ବାସି ବିଚ୍ଛିନ୍ନାଂଚଳ ବାସି ନିଜସମସ୍ୟା ନେଇ ବିଭିନ୍ନ ସମୟରେ ଜିଲା ପ୍ରଶାସନ ନଜର କୁ ଆଣିବା ପରେ ଜିଲା ପ୍ରଶାସନ ସ୍ୱାଭିମାନ ଅଂଚଳ ପାଇଁ ପ୍ରାଥମିକ ସ୍ତରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରିବା ପାଇଁ ଗତଶୁକ୍ରବାର ଦିନ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଡକାଇ ଉକ୍ତ ଅଂଚଳ ରେ ବିକାଶ ମୂଳକ କାମ କରିବାକୁ ଜିଲାପାଳ ମନୀଷ ଅଗ୍ରୱାଲ ନିର୍ଦେଶ ଦେଇଥିଲେ । ଉକ୍ତ ନିଦେ୍ର୍ଧଶ ଅନୁଯାଇ ରବିବାର ଦିନ ଚିତ୍ରକୋଣ୍ଡା ବ୍ଲକ ପ୍ରଶାସନ ଉକ୍ତ ଅଂଚଳ ରେ ବିକାଶ ଧାରା କୁ ଆଗେଇ ନେବାକୁ ବିଡ଼ିଓ ଲରିମନ ଖରସେଲ ଯୋଜନା ପ୍ରସ୍ତୁତ ସହ ଦାୟିତ୍ୱ ବଂଟନ କରିଥିଲେ । ଯୋଜନା ମୁତାବକ ଜିଲା ପ୍ରଶାସନ ଉଦ୍ୟମରେ ଚିତ୍ରକୋଣ୍ଡା ପଂଚାୟତ ସମିତି ଅନ୍ତର୍ଗତ ସ୍ୱାଭିମାନ ଅଂଚଳ ଯାନବାଇ ଠାରୁ ଆରମ୍ଭ ହେଲା ସ୍ୱାଭିମାନ ଅଂଚଳ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସେବା ପ୍ରଦାନ ଶିବିର । ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱାଭିମାନ ଅଂଚଳବାସୀଙ୍କୁ ବିଭିନ୍ନ ଯୋଜନା ଯଥା-ଭତା, ବ୍ୟାଙ୍କ ଆକାଉଂଟ ଖୋଲା, ଆଧାର କାର୍ଡ ଖୋଲା, ସ୍ୱାସ୍ଥ୍ୟ ଶିବିର, ବିଦୁତ, ବାଦ୍ୟ ଯନ୍ତ୍ର ପ୍ରଦାନ, ଖେଳ ସାମଗ୍ରୀ ଭଳି ବହୁ କାର୍ଯ୍ୟକ୍ରମ ମାଧ୍ୟମରେ ସୁବିଧା ଯୋଗାଇ ଦିଆଯାଇଥିଲା ।
ଉକ୍ତ କାର୍ଯ୍ୟକ୍ରମରେ ସ୍ୱାଭିମାନ ଅଂଚଳ ର୧୦୦୦ ରୁ ଉର୍ଦ୍ଧ ଜନସାଧାରଣ ଙ୍କୁ ସରକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା କରାଯାଇ ଶିବିର ବିଭିନ୍ନ ସେବା ଯୋଗାଇ ଦିଆଯାଇଥିଲା । ଚିତ୍ରକୋଣ୍ଡା ବିଡ଼ିଓ ଲରିମନ ଖରସେଲଙ୍କ ନେତୃତ୍ୱରେ ମାଲକାନଗିରି ପିଏ, ଆଇଟିଡିଏ ଖିରୋଦ ବେହେରା,ଜିଲା କୃଷି ନିର୍ଦେଶକ ରାମ ଚନ୍ଦ୍ର ପଟ୍ଟନାୟକ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ରାଧାମଣି ଦଳାଇ, ଚିତ୍ରକୋଣ୍ଡା ତହସିଲଦାର ଟି.ପଦ୍ମନାଭ ଦୋରା, ଜିପିଓ ଧିରେନ ଖଣ୍ଡକ୍ଷ ଗିରି, ସିପି ସୁଧା ମଣ୍ଡଳ, ଅତିରିକ୍ତ ତହସିଲଦାର ଚନ୍ଦ୍ରମଣି ସ୍ୱାଇଁ ତଥା ଜିଲା ଶ୍ରମ ଅଧିକାରୀ, ଜିଲା ପ୍ରାଣୀ ଚିକିତ୍ସା ଅଧିକାରୀ ଉପସ୍ଥିତ ରେ ଏହି କାଯ୍ୟକ୍ରମ କରାଯାଇଥିଲା । ଆସନ୍ତା କାଲି ଠାରୁ ସ୍ୱାଭିମାନ ଅଂଚଳ ର ଅବଶିଷ୍ଟ ୮ ଗୋଟି ସ୍ଥାନରେ ସଚେତନତା ଶିବିର କରାଯିବାକୁ ପ୍ରସ୍ତୁତି ସରିଛି ।