ଭୁବନେଶ୍ୱର– ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ପୁଣି ୧୬ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏହା ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୯୪୦ କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ବିଭାଗ ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁସାରେ ମୃତକ ମାନଙ୍କ ମଧ୍ୟରେ ବାଲେଶ୍ୱର ଜିଲ୍ଲାର ୪ ଜଣ, ଖୋର୍ଧା ଜିଲ୍ଲାର ୩ ଜଣ, କଟକ ଜିଲ୍ଲାର ୨ ଜଣ ଅଛନ୍ତି । ସେହିପରି ଅନୁଗୁଳ, ବୌଦ୍ଧ, ମୟୁରଭଂଜ, ନବରଂଗପୁର, ପୁରୀ. ନୟାଗଡ ଓ ଓ ସୁବର୍ଣପୁର ଜିଲ୍ଲାର ଜଣେ ଜଣେ ଅଛନ୍ତି ।