Related Stories
November 23, 2024
ମାଲକାନଗିରି-ମାଲକାନଗିରି ଜିଲ୍ଲା ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ଏମ୍ ଭି ୭୯ ଗ୍ରାମର ରତ କଚିମ ଙ୍କ ଝିଅ ଶ୍ରୁତି କଚିମ। ଗତ ଦୁଇବର୍ଷ ଧରି ରକ୍ତ କର୍କଟ ରେ ପୀଡିତା ହୋଇ ମୃତ୍ୟୁ ସହ ସଂଘର୍ଷ କରି ତିଳ ତିଳ ହୋଇ ବଞ୍ଚିଛି। ପ୍ରତି ମାସ ଦୁଇ ମାସରେ ଶ୍ରୁତି ର ଶରୀରକୁ ରକ୍ତ ଦିଆଗଲେ ଜୀବନ ଆଉ ଦୁଇ ମାସ ଆଗକୁ ଯାଉଛି। ଏ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ଜାଣିବା ପରେ ଚିକିତ୍ସା ପାଇଁ କଟକ ପର୍ଯ୍ୟନ୍ତ ପଠାଇଥିଲେ ମଧ୍ୟ ଶୃତି ସୁସ୍ଥ ହୋଇପାରି ନାହିଁ। ଏପରି ସ୍ଥଳେ ପରିବାର ଲୋକ କିଛିଦିନ ଅନ୍ତରରେ ସ୍ଵାସ୍ଥ୍ୟ ବିଭାଗ କିମ୍ବା ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଶ୍ରୁତି କୁ ରକ୍ତ ଦେବାପରେ ସ୍ୱାସ୍ଥ୍ୟରେ ଆଉ କିଛିଦିନ ପାଇଁ ସୁଧାର ଆସୁଛି। ଏହି ପରିପେକ୍ଷୀରେ ଗତ କାଲି ଠାରୁ ଶ୍ରୁତି ଅସୁସ୍ଥତା ଅନୁଭବ କରିବା ପରେ ପରିବାର ଲୋକ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନେଇଥିଲେ । ଆଜି ଶ୍ରୁତିର ପରୀକ୍ଷା ନିରୀକ୍ଷା ପରେ ରକ୍ତର ଆବଶ୍ୟକତା ରହିଥିବା ଜଣାପଡ଼ିଥିଲା। ଏହାପରେ ପରିବାର ଲୋକ ଏଣେତେଣେ ରକ୍ତ ସଂଗ୍ରହ ପାଇଁ ଲାଗି ପଡ଼ିଥିଲେ ମଧ୍ଯ ରକ୍ତଦାତା ମିଳିନଥିବା ରୁ ଚିନ୍ତିତ ହୋଇ ପଡିଥିଲେ। ତେବେ ଏ ସମ୍ପର୍କରେ ଏମ୍ ଭି ୭୯ ଗ୍ରାମର ସଲେମ ଧର ଶଗଡିଆ ନାମକ ଜଣେ ଯୁବକ ଜାଣିବା ପରେ, ସେ ନିଜ ଆମ୍ବୁଲାନ୍ସ କର୍ମଚାରୀ ବନ୍ଧୁ ଏ କୃଷ୍ଣା ରାଓଙ୍କୁ ଫୋନ୍ ରେ ଜଣାଇଥିଲେ। କୃଷ୍ଣା ରାଓ ଏ ସମ୍ପର୍କରେ ଜାଣିବା ପରେ ନିଜର ବଦାନ୍ୟତାର ପରିଚୟ ଦେଇ ତୁରନ୍ତ ରକ୍ତଦାନ କରିବାକୁ ରାଜି ହୋଇଥିଲେ। ଏହାପରେ ଅପରାହ୍ନ ପ୍ରାୟ ୪ଟା ବେଳେ ରକ୍ତ ସଂଗ୍ରାହକ ସୁଜଳ ରାୟ ଙ୍କ ତତ୍ତ୍ଵାବଧାନରେ କୃଷ୍ଣା ରକ୍ତ ଦେବା ପରେ ଶୃତିର ସ୍ୱାସ୍ଥ୍ୟବସ୍ଥା ଅପେକ୍ଷାକୃତ ସୁଧୁରିଥିଲା ବେଳେ ଆସନ୍ତା କାଲି ପୁଣି ରକ୍ତର ଆବଶ୍ୟକତା ପଡ଼ିପାରେ ବୋଲି ଜଣାପଡିଛି । ଝିଅ ଜୀବନ ସହ ସଂଘର୍ଷ କରୁଥିବା ବେଳେ ଆମ୍ବୁଲାନ୍ସ କର୍ମଚାରୀ କୃଷ୍ଣା ରାଓ ଦେବଦୂତ ସାଜି ରକ୍ଷା କରିଥିବାରୁ ପରିବାର ଲୋକେ ତାଙ୍କୁ କୃତଜ୍ଞତା ଜଣାଇଥିଲେ।