
ବ୍ରହ୍ମପୁର : ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ନେତୃତ୍ୱରେ ପୂର୍ବତନ କର୍ପୋରେଟର ଦଣ୍ଡପାଣି ନାୟକଙ୍କ ସହଯୋଗରେ କୋଭିଡ୍ ଜନ ସଚେତନତା ଅଭିଯାନ ବ୍ରହ୍ମପୁର ମହାନଗର ନିଗମ ୱାର୍ଡ ନମ୍ବର ୧୩ ଓ ୧୫ରେ ସଚେତନତା କରାଯାଇଥିଲା । ପ୍ରଥମେ ଉତ୍କଳ ସିନେମା ହଲ୍ ଠାରୁ ବାହାରି ମେଦ୍ରି ସାହି, ନୃସିଂହ ମନ୍ଦିର, ରଙ୍ଗୁନି ବନ୍ଧ, ଜମାଦେଇପେଣ୍ଠ ଦେଇ ବଡ ଠାକୁରାଣୀ ମନ୍ଦିର ଅଞ୍ଚଳ ବୁଲି ବିଜେଡି ପକ୍ଷରୁ ଲୋକଙ୍କୁ ସଚେତନ କରିବା ସହିତ ମାସ୍କ ବଣ୍ଟନ କରାଯାଇଥିଲା ଓ କୋଭିଡ୍ ନିୟମ ବୁଝାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ପଣ୍ଡା, ସଞ୍ଜିତ ପାଣିଗ୍ରାହୀ, ରାଜ୍ୟ ସମ୍ପାଦକ ସୁବାଷ ଚନ୍ଦ୍ର ମହାରଣା, ବିଜୟ ଚନ୍ଦ୍ର ସାମଲ, ସୁଶାନ୍ତ କୁମାର ନାୟକ, ଜ୍ୟୋତିରଞ୍ଜନ ସାହୁ, ଅଜିତ ପଣ୍ଡା, ମଦନ ଦଳେଇ, ମୁକୁନ୍ଦ ଗୌଡ, ଆର୍.ମୂରଲୀମୋହନ, ଭୀଷ୍ମାଚାର୍ଯ୍ୟ ଚୌଧୁରୀ, ଏଙ୍କଡି ରେଡ୍ଡୀଙ୍କ ସମେତ ବିଜେଡି ଯୁବ ଛାତ୍ର, ମହିଳା ଓ ଅଞ୍ଚଳବାସୀ ଯୋଗ ଦେଇଥିଲେ ।