ଗଞ୍ଜାମ– ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲ (ଏମକେସିଜି)ରେ ୫ ହଜାର କରୋନା ଆରଟି-ପିସିଆର୍ ଟେଷ୍ଟ କରାଯାଇଛି । ଏମକେସିଜି କର୍ତୃପକ୍ଷଙ୍କ ପକ୍ଷରୁ ଏନେଇ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଗଞ୍ଜାମ ଜିଲ୍ଲା ସହିତ ଦକ୍ଷିଣାଚଂଳର ଅନ୍ୟ ଜିଲ୍ଲା ଗୁଡିକର କରୋନା ଆରଟିପିସିଆର୍ ପରୀକ୍ଷା କରାଯାଇଛି । ଏମକେସିଜିର ମାଇକ୍ରୋ ବାୟୋଲୋଜି ବିଭାଗରେ ଏହି ପରୀକ୍ଷା ପାଇଁ ଦୁଇଟି ମେସିନ୍ ସ୍ଥାପନ କରାଯାଇଛି । ଜୁନ୍ ମାସରୁ ଏହି ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ବର୍ତମାନ ସୁଦ୍ଧା ୫ ହଜାର ନମୂନା ପରୀକ୍ଷା ହୋଇସାରିଛି । ଦୁଇଟି ମେସିନ୍ ରେ ଦିନକୁ ୫୦୦ ସ୍ୱାବ୍ ଆରଟି-ପିସିଆର୍ ଟେଷ୍ଟ କରାଯାଇପାରିବ ।
Related Stories
November 27, 2024
November 27, 2024