ଭଦ୍ରକ – ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘ସଂଯୋଗ’ କଟକ ପକ୍ଷରୁ ଗାନ୍ଧି ଓଡ଼ିଶା ବାଳାଶ୍ରମ ଶିଶୁ ଯତ୍ନ ଅନୁଷ୍ଠାନ ପରିସରରେ ଏକ କର୍ମଶାଳା ଶିଶୁ ମଙ୍ଗଳ କମିଟି ଓ ଶିଶୁ ସୁରକ୍ଷା ୟୁନିଟ୍ଙ୍କ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଶିଶୁ ମଂଗଳ କମିଟିର ଅଧ୍ୟକ୍ଷ ଡ. ସୁଦର୍ଶନ ବାରିକ, ସମ୍ମାନିତ ଅତିଥି ଭାବେ ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ ଯୋଗ ଦେଇଥିଲେ । ସଂଯୋଗର ମଣ୍ଡଳ ସଂଯୋଜକ ଜଗନ୍ନାଥ ସାହୁ ସ୍ୱାଗତ ପରିଚୟ ପ୍ରଦାନ କରିଥିବାବେଳେ ସଂଯୋଗର ପ୍ରଳଳ୍ପ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ପାଲଟ୍ାସିଂହ ଶିଶୁ ଅନୁଷ୍ଠାନରେ ଶିଶୁ ସୁରକ୍ଷା ପଦ୍ଧତିର ଗୁରୁତ୍ୱାରୋପ ଉପରେ ବର୍ଣ୍ଣନା କରିଥିଲେ । ସଂଯୋଗର ମଣ୍ଡଳ ସଂଯୋଜକ ମନୋରଂଜନ ସାହୁ ଶିଶୁ ସୁରକ୍ଷା ଉପରେ ବିବରଣୀ ପ୍ରଦାନ କରିଥିଲେ । ଅନ୍ୟତମ ବିଷୟ ବିଷାରଦ ଭାବେ ଶିଶୁ ସୁରକ୍ଷା ୟୁନିଟ୍ର ପ୍ରୋବେସନ ଅଧିକାରୀ ସୁବ୍ରତ ଦାସ ଶିଶୁ ଯୌନ ନିର୍ଯାତନା, ଅନୁଷ୍ଠାନରେ ଅଂଶୀଦାରମାନଙ୍କ ଭୂମିକା ଓ କର୍ତବ୍ୟ ସମ୍ବନ୍ଧରେ ବିବରଣୀ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବତନ ଶିଶୁ ମଂଗଳ କମିଟିର ଅଧ୍ୟକ୍ଷ ପ୍ରାଧ୍ୟାପକ କମଳାକାନ୍ତ ସ୍ୱାଇଁ, ଶିଶୁ ମଙ୍ଗଳ କମିଟିର ସଦସ୍ୟ ସତ୍ୟସୁନ୍ଦର ପୁହାଣ, ପ୍ରଦୀପ କର ପ୍ରମୁଖ ଯୋଗଦେଇଥିଲେ । ଏହି କର୍ମଶାଳାରେ ଜିଲା ସ୍ତରରେ ଥିବା ସମସ୍ତ ଶିଶୁଯତ୍ନ ଅନୁଷ୍ଠାନର ଅଧୀକ୍ଷକ, କାଉନ୍ସିଲର, ହାଉସ ମଦର-ଫାଦର ତଥା ଅନ୍ୟାନ୍ୟ କର୍ମଚାରୀ, ଚାଇଲ୍ଡ ଲାଇନ୍ର କର୍ମକର୍ତାମାନେ ଅଂଶଗ୍ରହଣ କରିଥିଲେ । ଗାନ୍ଧି ବାଳାଶ୍ରମର ଅଧୀକ୍ଷକ ହୃଷିକେଶ ମହାନ୍ତି, ଝରଣା ବିଶ୍ୱାଳ, ସସ୍ମିତା ନାୟକ, ମିତାଲି ତ୍ରିପାଠୀ, ଚଳନ ସାହୁ, ସୌମ୍ୟରଂଜନ ଦାସ, ଅରବିନ୍ଦ ସେଠୀ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଗାନ୍ଧି ବାଳାଶ୍ରମର ସଂପାଦକ ଅଶୋକ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
Related Stories
November 22, 2024