ଭୁବନେଶ୍ୱର– ରାଜ୍ୟରେ ଗୋଟିଏ ଦିନରେ ୩୩୨୬ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୩୨୭୧୩ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ୧୯୮୧୯୪ ରୋଗୀ ସୁସ୍ଥ ହୋଇ ସାରିଥିବା ବେଳେ ସକ୍ରିୟ ମାମଲା ୩୩୫୫୯ ରହିଛି ।
ଆଜି ଚିହ୍ନଟ ହୋଇଥିବା ୩୩୨୬ ଜଣଙ୍କ ମଧ୍ୟରୁ ୧୯୪୫ ଜଣ ସଂଗରୋଧରୁ ହୋଇଥିବା ବେଳେ ୧୩୮୧ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୩୦ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଖୋର୍ଧା ଜିଲ୍ଲାରେ ୬୩୮ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି ।
ଅନୁଗୁଳ ଜିଲ୍ଲାରେ ୧୧୯ , ବାଲେଶ୍ୱର ଜିଲ୍ଲାରେ ୧୨୨ ଜଣ, ବରଗଡ ଜିଲ୍ଲାରେ ୯୪ , ଭଦ୍ରକ ଜିଲ୍ଲାରେ ୩୬, ବଲାଙ୍ଗିର ଜିଲ୍ଲାରେ ୧୦୩, ବୌଦ୍ଧ ଜିଲ୍ଲାରେ ୨୮ ,କଟକ ଜିଲ୍ଲାରେ ୨୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଦେବଗଡ ଜିଲ୍ଲାରେ ୨୧. ଢେଙ୍କାନାଳ ଜିଲ୍ଲାରେ ୮୫, ଗଜପତି ଜିଲ୍ଲାରେ ୨୨, ଗଂଜାମ ଜିଲ୍ଲାରେ ୫୭, ଜଗତସିଂହପୁର ଜିଲ୍ଲାରେ ୮୦, ଯାଜପୁର ଜିଲ୍ଲାରେ ୧୪୮. ଝାରସୁଗୁଡା ଜିଲ୍ଲାରେ ୧୦୭, କଳାହାଣ୍ଡି ଜିଲ୍ଲାରେ ୭୭, କନ୍ଧମାଳ ଜିଲ୍ଲାରେ ୬୦, କେନ୍ଦ୍ରାପଡା ଜିଲ୍ଲାରେ ୧୦୩,କେନ୍ଦୁଝର ଜିଲ୍ଲାରେ ୧୦୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି କୋରାପୁଟ ଜିଲ୍ଲାରେ ୪୫ ଜଣ, ମାଲକାନଗିରି ଜିଲ୍ଲାରେ ୧୯ , ମୟୁରଭଂଜ ଜିଲ୍ଲାରେ ୧୩୧ ନବରଙ୍ଗପୁୁରରେ ୬୧, ନୟାଗଡ ଜିଲ୍ଲାରେ ୬୧, ନୂଆପଡା ଜିଲ୍ଲାରେ ୧୪୭, ପୁରୀ ଜିଲ୍ଲାରେ ୧୪୦, ରାୟଗଡା ଜିଲ୍ଲାରେ ୫୩, ସମ୍ବଲପୁର ଜିଲ୍ଲାରେ ୧୦୭ ,ସୋନପୁର ଜିଲ୍ଲାରେ ୨୫ ତଥା ସୁନ୍ଦରଗଡ ଜିଲ୍ଲାରେ ୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ପୁଲରେ ୧୪୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।