ଭୁବନେଶ୍ୱର– ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ପୁଣି ୧୫ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏହା ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୯୦୭ କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ବିଭାଗ ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁସାରେ ମୃତକ ମାନଙ୍କ ମଧ୍ୟରେ ଖୋର୍ଧା ଓ କଟକ ଜିଲ୍ଲାର ୩-୩ ଜଣ ଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାର ୨ ଜଣ ଅଛନ୍ତି । ସେହିପରି ବୌଦ୍ଧ, ଢେଙ୍କାନାଳ, ଜଗତସିଂହପୁର, କେନ୍ଦୁଝର, କୋରାପୁଟ,ମାଲକାନଗିରି ଓ ସମ୍ବଲପୁର ଜିଲ୍ଲାର ଜଣେ ଜଣେ ଅଛନ୍ତି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଭୁବନେଶ୍ୱରର ଜଣେ ୪୭ ବର୍ଷୀୟ ମହିଳା କରୋନା ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ସେ କ୍ରନିକ କିଡନୀ ରୋଗରେ ପୀଡିତ ଥିଲେ । ଭୂୁବନେଶ୍ୱରର ଜଣେ ୬୩ ବର୍ଷୀୟ କରୋନା ସଂକ୍ରମିତ ପୁରଷ ମୃତ୍ୟୁବରଣ କରିଛନ୍ତି । ବୌଦ୍ଧ ଜିଲ୍ଲାର ୭୧ ବର୍ଷୀୟ ପୁରୁଷ କରୋନା ସଂକ୍ରମିତ ପୁରୁଷଙ୍କ ମୃତ୍ୟୁ ଘଟିଛି । ସେ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡିତ ଥିଲୋ
କଟକ ଜିଲ୍ଲାର ଜଣେ ୬୦ ବର୍ଷୀୟ କରୋନା ଆକ୍ରାନ୍ତ ପୁରୁଷ ମୃତ୍ୟୁବରଣ କରିଛନ୍ତି । ସେ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ । କଟକ ଜଣେ ୭୦ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେ ଉଚ୍ଚ ରକ୍ତଚାପ ରୋଗରେ ପୀଡିତ ଥିଲେ । କଟକ ଜିଲ୍ଲାର ଜଣେ ୬୦ ବର୍ଷୀୟ କୋରୋନା ସଂକ୍ରମିତ ମହିଳାଙ୍କ ମୃତ୍ୟୁ ଘଟିଛି । ସେ ମଧୁମେହରେ ପୀଡିତ ଥିଲେ । ଢେଙ୍କାନାଳ ଜିଲ୍ଲାର ଜଣେ ୭୦ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।
କେନ୍ଦ୍ରାପଡା ଜିଲ୍ଲାର ଜଣେ ୪୮ ବର୍ଷୀୟ କରୋନା ଆକ୍ରାନ୍ତ ପୁରୁଷଙ୍କ ମୃତ୍ୟୁ ଘଟିଛି । ସେ ମଧୁମେହ ଓ ଉଚ୍ଚ ରକ୍ତଚାପ ଓ କ୍ରନିକ କିଡନୀ ରୋଗରେ ପୀଡିତ ଥିଲେ । ତ୍ତଜଗତସିଂହପୁର ଜିଲ୍ଲାର ଜଣେ ୪୮ ବର୍ଷୀୟ ପୁରୁଷ କରୋନା ସଂକ୍ରମିତ ମୃତ୍ୟୁ ଘଟିଛି । କେନ୍ଦ୍ରାପଡା ଜିଲ୍ଲାର ଜଣେ ୮୫ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କେନ୍ଦୁଝର ଜିଲ୍ଲାର ଜଣେ ୬୫ ବର୍ଷୀୟ କରୋନା ସଂକ୍ରମିତ ମହିଳାଙ୍କ ମୃତ୍ୟୁ ଘଟିଛି । ସେ ମଧୁମେହରେ ପୀଡିତ ଥିଲେ ।
ଖୋର୍ଧା ଜିଲ୍ଲାରେ ଜଣେ ୭୪ ବର୍ଷୀୟ କରୋନା ସଂକ୍ରମିତ ପୁରୁଷଙ୍କ ମୃତ୍ୟୁ ଘଟିଛି । ସେ ମଧୁମେହ, ଉଚ୍ଚ ରକ୍ତଚାପ ରେ ପୀଡିତ ଥିଲେ । କୋରାପୁଟ ଜିଲ୍ଲାର ଜଣେ ୫୫ ବର୍ଷୀୟ ମହିଳା କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମାଲକାନଗିରି ଜିଲ୍ଲାର ଜଣେ ୬୫ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ସେ ମଧୁମେହରେ ପୀଡିତ ଥିଲେ । ସମ୍ବଲପୁର ଜିଲ୍ଲାର ଜଣେ ୭୩ ବର୍ଷୀୟ ମହିଳା କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।