ଭଦ୍ରକ- ଭଦ୍ରକ ଜିଲାରେ ସ୍ୱେଚ୍ଛାକୃତ ରକ୍ତଦାନ ଆନ୍ଦୋଳନକୁ ଅଧିକ ସକ୍ରୀୟ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଓଡ଼ିଶା ବ୍ଲକ୍ ବ୍ୟାଙ୍କ ଭଦ୍ରକ ଶାଖା ଏବଂ ଜିଲା ରକ୍ତଦାତା ଏବଂ ପରାମର୍ଶ ଦାତା ସଂଘ ପକ୍ଷରୁ ଭଦ୍ରକ ସ୍ଥିତ ଭାଗବତ କଲ୍ୟାଣ ମଣ୍ଡପ ଠାରେ ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ପାଳିତ ହୋଇଯାଇଛି । ସଂଘର ସଭାପତି ଶେଖ୍ ଅବଦୁଲ ବାରିଙ୍କ ଅଧ୍ୟକ୍ଷତାରେ ରାଜ୍ୟ ପ୍ରତିନିଧି ସଂଗ୍ରାମ କିଶୋର ମହାନ୍ତି ସ୍ୱେଚ୍ଛାକୃତ ରକ୍ତଦାତାଙ୍କର ସଂଖ୍ୟାବୃଦ୍ଧି, ରକ୍ତଦାତାଙ୍କୁ ଯଥୋଚିତ ସମ୍ମାନ ପ୍ରଦର୍ଶନ, ବ୍ଲଡ୍ ବ୍ୟାଙ୍କର ରକ୍ଷଣ ସାମର୍ଥ୍ୟ ବୃଦ୍ଧି ଭଳି ଉତ୍ସବ ପାଳନର ଉଦ୍ଦେଶ୍ୟ ବୋଲି ବର୍ଣ୍ଣନା ସହ ଅତିଥି ପରିଚୟ ଓ ସ୍ୱାଗତ କରିଥିଲେ । ମୁଖ୍ୟ ଅତିଥି ଭାବେ ଜିଲା ଅତିରିକ୍ତ ପୁଲିସ୍ ଆରକ୍ଷୀ ଅକ୍ôଷକ୍ଷକ ବିକାଶ ଚନ୍ଦ୍ର ଦାସ ଉପସ୍ଥିତ ହୋଇ ସ୍ୱେଚ୍ଛାସେବୀ ସଂଗଠନଙ୍କର ପବିତ୍ର ପ୍ର୍ରୟାସକୁ ଭୂୟସୀ ପ୍ରଶଂସା କରିଥିବାବେଳେ ଭଦ୍ରକ ଜିଲା ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା. ପ୍ରଦୀପ ଖୁଂଟିଆ ଅଧିକ ରକ୍ତଦାନର ଆବଶ୍ୟକତା ଓ ଚାହିଦା ପୂରଣ ପାଇଁ ନିବେଦନ କରିଥିଲେ । ସଂପାଦକ ଡା. ଶରତ ଆଚାର୍ଯ୍ୟ ୨୦୦୬ ମସିହାରେ ୩୭୦ ୟୁନିଟ୍ରୁ ୨୦୧୮ ମସିହାରେ ୧୮୬ ଶିବିରରୁ ୧୨୪୬୧ ୟୁନିଟ୍ ଏବଂ ୨୦୧୯ରେ ଅଦ୍ୟାବଧି ୧୩୩ ଶିବିରରୁ ୯୭୪୮ ୟୁନିଟ୍ ରକ୍ତ ସଂଗୃହିତ ହୋଇଛି ବୋଲି ବିବରଣୀ ପାଠ କରିଥିଲେ । ମୁଖ୍ୟବକ୍ତା ରାଷ୍ଟ୍ରୀୟ ଫେଡେରେସନ୍ ବ୍ଲକ୍ ଡୋନର୍ସ ଅର୍ଗାନାଇଜେସନ୍ ଉପସଭାପତି ପ୍ରଦୀପ କୁମାର ତ୍ରିପାଠୀ ସ୍ୱେଚ୍ଛାକୃତ ରକ୍ତଦାନ ସ୍ୱାସ୍ଥ୍ୟସେବାର ଏକମାତ୍ର ବିକଳ୍ପ ବୋଲି ବର୍ଣ୍ଣନା ସହ ଅଧୁନା ୧୨ ହଜାରରୁ ଉଦ୍ଧ୍ୱର୍ ରକ୍ତ ସଂଗ୍ରହ ନିଷ୍ଠାପର ପରିଶ୍ରମର ଫଳ ବୋଲି ସଂଗଠନମାନଙ୍କୁ ସାଧୁବାଦ ଜଣାଇଥିଲେ । ୬୦୦ ରୁ ଉଦ୍ଧ୍ୱର୍ ରକ୍ତୟୁନିଟ୍ ସଂଗ୍ରହ କରିଥିବା ଆଦାନୀ ଫାଉଣ୍ଡେସନ ଧାମରା ଆମ ଓଡ଼ିଶା ପ୍ରଥମ ପୁରସ୍କାର, ସତ୍ୟସାଇ ସଂଗଠନ ଓ ଦୁଃଖି ସମାଜ ଦ୍ୱିତୀୟ ପୁରସ୍କାର ଏବଂ ବିଜେପି ଭଦ୍ରକ ଶାଖା ତୃତୀୟ ପୁରସ୍କାର ମୁଖ୍ୟ ଅତିଥି ମାନଙ୍କ ଠାରୁ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ କରିଚାଳନାରେ ରବି ନାରାୟଣ ଖୁଂଟିଆ, ରତିକାନ୍ତ ବଳ, ସୁଧାକର ରାଉତ, ସାମ୍ବାଦିକ ପ୍ରମୋଦ ରାୟ, ଅବିନାଶ ଜେନା, ସାଧୁଚରଣ ବେହେରା ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସଭାପତି ସୁଧୀର ରଂଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
Related Stories
November 22, 2024