-
ସପ୍ତାହର ଦିତିୟ ଦିନଟିକୁ ଗୋ ସୁରକ୍ଷା ପାଇଁ ସମର୍ପିତ କରାଯାଇଛି
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ – ସାହିଭାଇ ଅନୁଷ୍ଠାନ ତରଫରୁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଠାରୁ ଗୁରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଙ୍କ ଜନ୍ମ ଜୟନ୍ତୀ ପର୍ଯ୍ୟନ୍ତ (ଅକ୍ଟୋବର ୦୨ ରୁ ଅକ୍ଟୋବର ୦୯ ) ସପ୍ତାହ ବ୍ୟାପି ସଂକଳ୍ପ ସପ୍ତାହ ପାଳନ କରାଯାଉଛି ।
ସପ୍ତାହର ଦିତିୟ ଦିନ ଟିକୁ ଗୋ ସୁରକ୍ଷା ପାଇଁ ସମର୍ପିତ କରାଯାଇଛି । ରାଜ୍ୟ ରାଜପଥ ଓ ଜାତୀୟ ରାଜପଥ ରେ ଚଳପ୍ରଚଳ କରୁଥିବା ଗାଇ ଓ ଶଣ୍ଢ ଙ୍କ ପାଇଁ ରାତି ଅନ୍ଧାରରେ ଅନେକ ସମୟରେ ଦୁର୍ଘଟଣା ଶୃଷ୍ଟି ହୁଏ । ଏହି ଦୁର୍ଘଟଣା ରୁ ରକ୍ଷା ପାଇବା ପାଇଁ ସାହିଭାଇ ଅନୁଷ୍ଠାନ ତରଫରୁ ଗାଇ ଓ ଶଣ୍ଢ ଙ୍କ ଶରୀରରେ ପରିକ୍ଷା ମୂଳକ ଭାବରେ ଉଜ୍ଜଳ ରେଡିୟମ ଲଗାଯାଇଛି ।
ଚଳିତ ବର୍ଷ କୋଭିଡ଼୧୯ ନିୟମ କୁ ପାଳନ ପୂର୍ବକ ସମ୍ପୁର୍ଣ୍ଣ ନିରାଡମ୍ବର ପୂର୍ଣ୍ଣ ଭାବେ ସ୍ବଲ୍ପ ସଦସ୍ୟ ମାନଙ୍କ ଉପସ୍ଥିତିରେ ଏହି ସପ୍ତାହକୁ ପାଳନ କରିବାକୁ ଅନୁଷ୍ଠାନ ତରଫରୁ ସ୍ଥିର କରାଯାଇଛି ।
ଆଜିର କାର୍ଯ୍ୟକ୍ରମ ଟି କାର୍ଯ୍ୟକାରୀ ସଭାପତି ଶ୍ରୀ ବ୍ରଜବନ୍ଧୁ ମହାରଣାଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ସଦସ୍ୟ ମାନଙ୍କ ପୂର୍ଣ୍ଣ ସହଯୋଗ ରେ ଅନୁଷ୍ଠାନର ସଂସ୍କୃତି ବିଭାଗ ପ୍ରମୁଖ ଶ୍ରୀ ଦୀପକ କୁମାର ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ସାହିଭାଇ ଅନୁଷ୍ଠାନର ଯୁଗ୍ମ ସମ୍ପାଦକ ସୂର୍ଯ୍ୟ ନାରାୟଣ ପ୍ରଧାନ ଏହି ସୂଚନା ପ୍ରଦାନ କରିଛନ୍ତି |