
ଶିବରାମ ଚୌଧୁରୀ, ବେଲଗୁଣ୍ଠା, 03/09, କରୋନା ସଂକ୍ରମଣ ଉପରେ ଜନ ସାଧାରଣଙ୍କୁ ସଚେତନ କରିବା ପାଇଁ ମାନ୍ୟବର ଜିଲ୍ଲାପାଳଙ୍କ ଆହ୍ଵାନରେ ଜିଲ୍ଲାରେ କୋଭିଡ ସପ୍ତାହ ପାଳନ ହୋଇଯାଇଛି I ଏହି ଅବସରରେ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନଲାଇନ୍ ଚିତ୍ରକଳା ,ପ୍ରବନ୍ଧ, ସଙ୍ଗୀତ, ସ୍ଲୋଗାନ ଏବଂ ଭାଷଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଥିଲା I ଏହି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ବେଲଗୁଣ୍ଠା ବ୍ଲକ୍ ର ଚାରି ଜଣ ଛାତ୍ରଛାତ୍ରୀ ବିଭିନ୍ନ ବିଭାଗରେ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ପାଇଁ ମନୋନୀତ ହୋଇ ବ୍ଲକ୍ ପାଇଁ ଗୌରବ ଆଣି ଦେଇଛନ୍ତି I ସେମାନଙ୍କ ମଧ୍ୟରୁ ଓଡ଼ିଆ ପ୍ରବନ୍ଧ ଲିଖନରେ କ୍ଷତ୍ରିୟବରପୁର ଉଚ୍ଚ ବିଦ୍ୟାଳୟ ଚତୁର୍ଥ ଶ୍ରେଣୀର ଆଶୁତୋଷ ରଥ ପ୍ରଥମ ସ୍ଥାନ , ସ୍ଲୋଗାନ ଲିଖନରେ କୁମୁଣ୍ଡି ପ୍ରାଥମିକ ବିଦ୍ୟାଳୟ ଚତୁର୍ଥ ଶ୍ରେଣୀର ସୁବ୍ରତ ମହାରଣା ତୃତୀୟ ସ୍ଥାନ, ଇଁରାଜୀ ବକ୍ତୃତା ବିଭାଗରେ ଓଡିଶା ଆଦର୍ଶ ବିଦ୍ୟାଳୟ ନବମ ଶ୍ରେଣୀର ଅନୁପମା ମହାପାତ୍ର ପ୍ରଥମ ସ୍ଥାନ ଏବଂ ଓଡ଼ିଆ ବକ୍ତୃତା ବିଭାଗରେ ରତଙ୍ଗ ପ୍ରାଥମିକ ବିଦ୍ୟାଳୟ ପଞ୍ଚମ ଶ୍ରେଣୀର ପ୍ରୀତି ସ୍ଵାଇଁ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି I ଏ ସମସ୍ତ କୃତୀ ପ୍ରତିଯୋଗୀମାନଙ୍କୁ ବେଲଗୁଣ୍ଠା ପଞ୍ଚାୟତ ସମିତି ପରିସରରେ ଏକ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରାଯାଇ ଟ୍ରଫି ଏବଂ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା I ପୁରସ୍କାର ବିତରଣ ଉତ୍ସବରେ ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା ଅଧ୍ୟକ୍ଷତା କରିଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପାଢୀ ଏବଂ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ପ୍ରସନ୍ନ କୁମାର ବେହେରା ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ I ବିଇଓ କାର୍ଯ୍ୟାଳୟ କର୍ମଚାରୀ ତୁଷାର ଆଚାରୀ, ଅମିତ ଭୋଳ ଏବଂ ଆଦିତ୍ୟ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I ଭିଡିଓ କନଫ୍ରେସିଂ ମାଧ୍ୟମରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ I
ସ୍ଲୋଗାନ ଲିଖନରେ ତୃତୀୟ ସ୍ଥାନ ଅଧିକାର କରିଥିବା କୁମୁଣ୍ଡି ପ୍ରାଥମିକ ବିଦ୍ୟାଳୟର ସୁବ୍ରତ ମହାରଣାକୁ ଗାଙ୍ଗପୁର ଆଞ୍ଚଳିକ ସାଧନ କେନ୍ଦ୍ର ତରଫରୁ ସ୍ଵତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା I ସାଧନ କେନ୍ଦ୍ର ସଂଯୋଜକ କାର୍ତ୍ତିକେୟ ସେଠୀ, ପୂର୍ବତନ ସାଧନ କେନ୍ଦ୍ର ସଂଯୋଜକ ବାଳକୃଷ୍ଣ ସାବତ, ପ୍ରଧାନ ଶିକ୍ଷକ ଶିଶିର କୁମାର ସ୍ଵାଇଁ ଉପସ୍ଥିତ ରହି ଗାଙ୍ଗପୁର ଆଞ୍ଚଳିକ ସାଧନ କେନ୍ଦ୍ର ଠାରେ ସୁବ୍ରତକୁ ସମ୍ବର୍ଦ୍ଧିତ କରିଥିଲେ I କ୍ଳଷ୍ଟର୍ ସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବରେ ପ୍ରଧାନ ଶିକ୍ଷକ ଶିଶିର କୁମାର ସ୍ଵାଇଁ ଧନ୍ୟବାଦ ଅର୍ପଣ କରିଥିଲେ