କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,୦୩/୧୦/୨୦୨୦,ପୁରୀ ସୁରକ୍ଷା ପରିଷଦ, ପୁରୀ ପକ୍ଷରୁ ବିଶ୍ୱ ପ୍ରକୃତି ଦିବସ ସର୍ବୋଦୟ ନଗରସ୍ଥିତ
ମୈତ୍ରୀ ପରିସରରେ ପରିଷଦର କାର୍ଯ୍ୟକାରୀ ସଭାପତି ଡଃ ରମାକାନ୍ତ କରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ପରିଷଦର ସମ୍ପାଦକ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ସ୍ୱାଗତ ଅଭିଭାଷଣ ପ୍ରଦାନ କରି କହିଲେ ପ୍ରକୃତି ଆମର ବନ୍ଧୁ, ଆମେ ତାର ସୁରକ୍ଷା କରିବା ସହିତ ପ୍ରକୃତିର ସ୍ଵଚ୍ଛତା ପ୍ରତି ଦୃଷ୍ଟିଦେବା ଆବଶ୍ୟକ । ଏଥିରେ ଅତିଥିଭାବେ ଯୋଗଦେଇ କୋଣାର୍କ ଭଗବତୀ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡଃ
କାକ କୁମାର ଦାସ କହିଲେ ଦୀର୍ଘ ୧୨ ବର୍ଷ ଧରି ଆଣ୍ଟର୍କଟିକା (ସୁମେରୁ)ରୁ ବରଫଖଣ୍ଡ ବହୁମାତ୍ରାରେ
ତରଳି ପରିବେଶ ପ୍ରତି ନୂତନ ବିପଦ ସୃଷ୍ଟି କରୁଛି । ଏଥିପାଇଁ ବର୍ତ୍ତମାନ ସମାଜ ସମ୍ପୂର୍ଣ୍ଣ ଦାୟୀ, କାରଣ
ମନୁଷ୍ୟ ତା’ର ବ୍ୟକ୍ତିଗତ ସ୍ୱାର୍ଥ ହାସଲ କରିବା ପାଇଁ ଜଙ୍ଗଲ ତଥା ପରିବେଶ ଧ୍ବଂସ କରି ଚାଲିଛି ।
ଏଥିପାଇଁ ଜଳବାୟୁ ସହିତ ପ୍ରାକୃତିକ ବିପର୍ଯ୍ୟୟ ସୃଷ୍ଟି ହେଉଛି । ଆଜିର ଦିବସରେ ଆହ୍ବାନ ହେଉଛି,”ଏକ ବ୍ୟକ୍ତି ଏକ ବୃକ୍ଷ” ନୀତିରେ ସମସ୍ତେ ପରିଚାଳିତ ହୋଇ ପରିବେଶର ସୁରକ୍ଷା ସହ ମାନବ ସମାଜର ସୁରକ୍ଷା ପାଇଁ ସଚେତନ ହେବା ଆବଶ୍ୟକ । ବରିଷ୍ଠ ନାଗରିକ ପ୍ରଭାକର ମିଶ୍ର ଯୋଗଦେଇ କହିଲେ ଏବେ
ବାଲୁଖଣ୍ଡ ଅଭୟାରଣ୍ୟ ବର୍ତ୍ତମାନ ଅବଲୁପ୍ତ ପ୍ରାୟ । ଫନୀ ବାତ୍ୟା ପରଠାରୁ ଅଭୟାରଣ୍ୟ ଭିତରେ ବହୁ ଦ୍ରୁମ
ବାତ୍ୟାରେ ଧରାଶ୍ରୟ ହୋଇଥିବା ବେଳେ ବହୁ ସଂଖ୍ୟାରେ ପଶୁ ପକ୍ଷୀ ମୃତ୍ୟୁବରଣ କରିଥିଲେ । ତାହାକୁ
ସଫା କରିବା ପରିବର୍ତ୍ତେ ଏକବର୍ଷ ଅତିକ୍ରାନ୍ତ ହୋଇଥିଲେ ହେଁ ଅଭୟାରଣ୍ୟ ପରିସରରେ ଗଛଟିଏ ଲଗାଗଲା।
ନାହିଁ, ଯାହା ଆମ ପୁରୀବାସୀଙ୍କ ପାଇଁ ବିପଦ । ଶିକ୍ଷାବିତ୍ ଅଶୋକ କୁମାର ମହାପାତ୍ର ଯୋଗଦେଇ କହିଲେ
ପ୍ରକୃତି ଓ ପରିବେଶ ଅଙ୍ଗାଙ୍ଗୀ ଭାବେ ଜଡିତ । ଅନ୍ୟମାନଙ୍କ ମଧ୍ୟରେ ଗଙ୍ଗାଧର ଆଚାର୍ଯ୍ୟ, ଭବାନୀ ପ୍ରସାଦ
ବଳିୟାରସିଂହ, ପ୍ରମୋଦା ଦେବୀ, ଯୁପିଟର ଦାସ ପ୍ରମୁଖ ଯୋଗଦେଇ ପ୍ରକୃତି ଦିବସର ମହତ୍ବ ଉପରେ
ଆଲୋଚନା କରିଥିଲେ ।
Related Stories
November 23, 2024