
ବ୍ରହ୍ମପୁର : କରୋନା ମହାମାର ପରିସ୍ଥିତିରେ ନିଜକୁ ତଥା ସମାଜକୁ କିପରି ଦୂରେଇ ରଖିବା ସେନେଇ ବିଜେଡି ସୁପ୍ରିମ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅକ୍ଟୋବର ୨ତାରିଖ ଠାରୁ ନଭେମ୍ବର ୨ତାରିଖ ପର୍ଯ୍ୟନ୍ତ ମାସେ ବ୍ୟାପି ରାଜ୍ୟର ସବୁ ବିଧାନସଭାରେ ଜନସଚେତନତା ପଦଯାତ୍ରାକରି ଲୋକଙ୍କୁ ସଚେତନତା କରିବା ଲାଗି ଦଳୀୟ ନେତାମାନଙ୍କୁ ନିର୍ଦ୍ଦେଶ ଦେବାପରେ ଶନିବାର ଦିନ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ନିଗମର ୩ ଓ ୪ନମ୍ବର ୱାର୍ଡରେ କୋଭିଡ୍ ସୁପରିଚାଳନା ଓ କୋଭିଡ୍ ମହାମାରୀ ଠାରୁ କିପରି ଦୂରରେ ରହିବା ସେନେଇ ବିଭିନ୍ନ ସଚେତନତାମୂଳକ ବାର୍ତ୍ତା ପ୍ରଦାନ କରିଛନ୍ତି । ଏହି ଅଭିଯାନ ମାଧ୍ୟମରେ ଦଳୀୟ କର୍ମୀଙ୍କୁ ଘର ଘର ବୁଲି ଜନସଚେତନତା କରିବା ପାଇଁ ଅନୁରୋଧ କରିଥିଲେ । ବିଧାୟକ ଶ୍ରୀ ପଣ୍ଡାଙ୍କ ସମେତ ସଞ୍ଜିତ ପାଣିଗ୍ରାହୀ, ମଦନ ଦଳେଇ, ମୁକୁନ୍ଦ ଗୌଡ, ଆର୍.ମୂରଲୀମୋହନ, ଅନିଲ ନାୟକ, ସୁବାଷ ମହାରଣାଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ପଣ୍ଡା ମାସ୍କ ପିନ୍ଧିନଥିବା ଲୋକଙ୍କୁ ମାସ୍କ ପିନ୍ଧାଇବା ସହ ଲୋକଙ୍କୁ ସୁରକ୍ଷିତ ରହିବା ପାଇଁ ପରାମର୍ଶ ଦେଇଥିଲେ ।