
ପାରଳାଖେମୁଣ୍ଡି– ଗଜପତି ଜିଲ୍ଲା ପୋଲିସ ପକ୍ଷରୁ କୋଭିଡ଼୍ କଟକଣା ଉଲ୍ଲଙ୍ଘନକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଅକ୍ଟୋବର ୨ ତାରିଖ ଦିନ ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ ଏନେଇ ବ୍ୟାପକ ଧରପଗଡ଼ କରାଯିବା ସହ ମୁହଁରେ ମାସ୍କ ପିନ୍ଧୁ ନଥିବା ଅମାନିଆଙ୍କ ଠାରୁ ଜୋରିମାନା ବାବଦକୁ ମୋଟ୍ ୧୧ ହଜାର ୩୦୦ ଟଙ୍କା ଆଦାୟ କରାଯାଇଛି ।
ବିଭାଗୀୟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ମାସ୍କ ପିନ୍ଧି ନଥିବା ଲୋକଙ୍କ ଠାରୁ ପାରାଖେମୁଣ୍ଡି ଆଦର୍ଶ ଥାନା ୧୦୦୦ ଟଙ୍କା, ରାୟଗଡ଼ ଥାନା ୨୧୦୦ ଟଙ୍କା, କାଶୀନଗର ଥାନା ୧୮୦୦ ଟଙ୍କା, ସେରଙ୍ଗ ଥାନା ୮୦୦ ଟଙ୍କା, ଗୁରାଣ୍ଡି ଥାନା ୧୦୦୦ ଟଙ୍କା, ଅଡ଼ବା ଥାନା ୩୦୦୦ ଟଙ୍କା, ଆର୍. ଉଦୟଗିରି ଥାନା ୧୦୦୦ ଟଙ୍କା ଏବଂ ରାମଗିରି ଥାନା ପକ୍ଷରୁ ଜୋରିମାନା ବାବଦକୁ ୬୦୦ ଟଙ୍କା ଆଦାୟ କରାଯାଇଛି ।