ଚଣ୍ଡିଗଡ। ଚଣ୍ଡିଗଡରେ ଗତ ୨୪ ଘଂଟାରେ ୧୫୫ ନୂଆ କରୋନାର ମାମଲା ସାମନାକୁ ଆସିଛି । ଚଣ୍ଡିଗଡ ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।
ଏହା ସହିତ ଏଠାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧୨,୨୧୨ ହୋଇଛି । ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ବଢି ୧୬୯ ହୋଇଛି ।
କେରଳରେ ଗତ ୨୪ ଘଂଟାରେ ୯୨୫୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
ତିରୁବନନ୍ତପୁରମ। କେରଳରେ ଗତ ୨୪ ଘଂଟାରେ ୯୨୫୮ ନୂଆ କରୋନା ସଂକ୍ରମଣର ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ଏହା ସହ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୭୭,୪୮୨ ହୋଇ ଯାଇଛି ।
ଆନ୍ଧ୍ରରେ ଗତ ୨୪ ଘଂଟାରେ୬,୫୫୫ କରୋନାର ନୂଆ ମାମଲା
ହାଇଦ୍ରାବାଦ । ଆନ୍ଧ୍ର ପ୍ରଦେଶରେ ଗତ ୨୪ ଘଂଟାରେ ୬,୫୫୫ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୩୧ ଜଣଙ୍କର ମୃତ୍ୟୁ ଘଟିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।
ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୭,୦୬,୭୯୦ ହୋଇଛି । ରାଜ୍ୟରେ ବର୍ତମାନ ଯାଏ ୫୯୦୦ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି ।
ରାଜସ୍ଥାନରେ ଗତ ୨୪ ଘଂଟାରେ ୨,୨୧୧ କରୋନାର ନୂଆ ମାମଲା, ୧୬ ମୃତ୍ୟୁ
ଜୟପୁର । ରାଜସ୍ଥାନରେ ଗତ ୨୪ ଘଂଟାରେ ୨,୨୧୧ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ୧୬ ଜଣଙ୍କର ମୃତ୍ୟୁ ଘଟିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।
ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧,୩୯,୬୯୬ ହୋଇ ଯାଇଛି । ବର୍ତମାନ ସୁଦ୍ଧା ୧,୫୧୬ ଜଣଙ୍କର ମୃତ୍ୟୁ ଘଟିଛି ।