ଶ୍ରୀନଗର। ଜାମ୍ମୁ କାଶ୍ମୀରରେ ଗତ ୨୪ ଘଂଟାରେ ୧୦୯୦ ନୂଆ କରୋନା ସଂକ୍ରମଣର ମାମଲା ସାମନାକୁ ଆସିଛି । ଜାମ୍ମୁ କାଶ୍ମୀର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।
ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୭୭,୨୫୩ହୋଇ ଯାଇଛି । ବର୍ତମାନ ସୁଦ୍ଧା ୧,୨୧୨ ଜଣଙ୍କର ମୃତ୍ୟୁ ଘଟିଛି ।
ପଶ୍ଚିମ ବଙ୍ଗରେ ଗତ ୨୪ ଘଂଟାରେ ୩,୩୧୦ କରୋନାର ନୂଆ ମାମଲା, ୫୩ ମୃତ୍ୟୁ
କୋଲକାତା। ପଶ୍ଚିମବଙ୍ଗ ରେ ଗତ ୨୪ ଘଂଟାରେ ୩,୩୧୦ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୫୩ ଜଣଙ୍କର ମୃତ୍ୟୁ ଘଟିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।
ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୨,୬୩,୬୩୪ ହୋଇ ଯାଇଛି ।
ମଣିପୁରରେ ଗତ ୨୮୬ କରୋନାର ନୂଆ ମାମଲା
ଇମ୍ଫାଲ । ମଣିପୁରରେ ଗତ ୨୪ ଘଂଟାରେ ୨୮୬ ନୂଆ କରୋନା ସଂକ୍ରମଣର ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧୧,୩୯୭ ହୋଇ ଯାଇଛି । ବର୍ତମାନ ସୁଦ୍ଧା ରାଜ୍ୟରେ ୬୯ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି ।
ହିମାଚଳରେ ଗତ ୨୪ ଘଂଟାରେ ୩୪ କରୋନାର ନୂଆ ମାମଲା
ସିମଲା। ହିମାଚଳ ପ୍ରଦେଶରେ ଗତ ୨୪ ଘଂଟାରେ ୩୪ ନୂଆ କରୋନା ସଂକ୍ରମଣର ମାମଲା ସାମନାକୁ ଆସିଛି । ହିମାଚଳ ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।
ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧୫,୩୦୦ ହୋଇ ଯାଇଛି । ବର୍ତମାନ ସୁଦ୍ଧା ୧୯୪ ଜଣଙ୍କର ମୃତ୍ୟୁ ଘଟିଛି ।