କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,୦୨/୧୦/୨୦୨୦,ଶୁକ୍ରବାର ସକାଳ ୧୧ଟା ସମୟରେ ପୁରୀ ଜ଼ିଲ୍ଲା କଂଗ୍ରେସ ତରଫରୁ ପୁରୀ ଜ଼ିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖ ରେ ବିରୋଧ ପ୍ରଦର୍ଶନ କରାଯାଇଛି ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଙ୍କର ଫୋଟୋ କୁ ପୋଡା ଯାଇଛି | ଗୁରୁବାର ଦିନ ରାହୁଲ ଗାନ୍ଧୀ ଙ୍କୁ ୟୁପି ସରକାର ଯୋଉ ଭଳି ଭାବେ ଜୋର ଜବରଦସ୍ତ ଗିରଫ କରାଗଲା ତାହା ନିନ୍ଦନୀୟ | ପୁରୀ ଜ଼ିଲ୍ଲା କଂଗ୍ରେସ କମିଟି ତରଫରୁ ପୁରୀ ଜ଼ିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖ ରେ ବିରୋଧ କରାଯାଇଛି |
ଉକ୍ତ କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା କଂଗ୍ରେସ କମିଟି ସଭାପତି ଅମୀୟ କୁମାର ପଟ୍ଟନାୟକ ଙ୍କ ସହିତ ପିସିସି ଉପସଭାପତି ତଥା କାର୍ଯ୍ୟକ୍ରମର ପୁରୀ ଜିଲ୍ଲା ପାଇଁ ପିସିସିର ପର୍ଯ୍ୟବେକ୍ଷକ ବିଶିଷ୍ଟ ଆଇନଜୀବି ଶିବାନନ୍ଦ ରାୟଙ୍କ ସମେତ ପିପିଲି ଡେଲାଙ୍ଗର ଅଜିତ ମଙ୍ଗରାଜ , ଉମାକାନ୍ତ ବରାଳ, ଲଲାଟେନ୍ଦୁ ଦାସ, ବିଦୁଲତା ଆଚାର୍ଯ୍ୟ, ପ୍ରସନ୍ନ କୁମାର ପାଇକରାୟ, ବୀରେନ୍ଦ୍ର ଭୂଷଣ ହୋତା, ସଦାନନ୍ଦ ପ୍ରଧାନ, ଗୋପାଳ ଚନ୍ଦ୍ର ଖୁଣ୍ଟିଆ, ବିନାୟକ ଦାସ ମହାପାତ୍ର, ଅରୋ ପ୍ରସାଦ ମିଶ୍ର, ବିଶ୍ୱକେତନ ହରିଚନ୍ଦନ ପ୍ରମୁଖଙ୍କ ସହିତ ଜିଲ୍ଲାର ସମସ୍ତ ଅଞ୍ଚଳରୁ ଆସିଥିବା କଂଗ୍ରେସ ନେତୃବୃନ୍ଦ, କର୍ମୀ ଓ ଚାଷୀନେତାମାନେ ଉପସ୍ଥିତ ଥିଲେ ।