-
ପୂଜ୍ୟପୂଜାଙ୍କ ସୁରକ୍ଷା ଓ ସମ୍ମାନ ପାଇଁ ସହରର ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ନିକଟରେ ପୁଷ୍ପମାଲ୍ୟ ଅର୍ପଣ ସହିତ ପ୍ରଦୀପ ପ୍ରଜ୍ବଳନ
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,୦୨/୧୦/୨୦୨୦,ସାହିଭାଇ ଅନୁଷ୍ଠାନ ତରଫରୁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଠାରୁ ଗୁରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଙ୍କ ଜନ୍ମ ଜୟନ୍ତୀ ପର୍ଯ୍ୟନ୍ତ (ଅକ୍ଟୋବର ୦୨ ରୁ ଅକ୍ଟୋବର ୦୯ ) ସପ୍ତାହ ବ୍ୟାପି ସଂକଳ୍ପ ସପ୍ତାହ ପାଳନ କରାଯାଉଛି ।
ସପ୍ତାହର ପ୍ରଥମ ଦିନରେ ସାହିଭାଇ କାର୍ଯ୍ୟାଳୟ ନିକଟରେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ସମ୍ମାନନୀୟ ଶ୍ରୀ ଲାଲ୍ ବାହାଦୂର ଶାସ୍ତ୍ରୀ ଙ୍କ ଜନ୍ମ ଜୟନ୍ତୀ ପାଳନ ସହ ଅନୁଷ୍ଠାନ ତରଫରୁ ପୂଜ୍ୟପୂଜାଙ୍କ ସୁରକ୍ଷା ଓ ସମ୍ମାନ ପାଇଁ ସହରର ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ନିକଟରେ ପୁଷ୍ପମାଲ୍ୟ ଅର୍ପଣ ସହିତ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା । ପୂଜ୍ୟପୂଜା ମାନେ ଆମ ପରିଚୟ ଆମ ଆଦର୍ଶ ଓ ଆମ ମାର୍ଗଦର୍ଶକ ସେମାନଙ୍କ ସମ୍ମାନ ଓ ସୁରକ୍ଷା ପାଇଁ ଆମକୁ ଆଗକୁ ଆସିବାକୁ ପଡିବ ଏହା ହିଁ ଅନୁଷ୍ଠାନ ର ଅନୁରୋଧ ସମସ୍ତ ଜନସାଧାରଣଙ୍କୁ।
ଚଳିତ ବର୍ଷ କୋଭିଡ଼୧୯ ନିୟମ କୁ ପାଳନ ପୂର୍ବକ ସମ୍ପୁର୍ଣ୍ଣ ନିରାଡମ୍ବର ପୂର୍ଣ୍ଣ ଭାବେ ସ୍ବଲ୍ପ ସଦସ୍ୟ ମାନଙ୍କ ଉପସ୍ଥିତିରେ ଏହି ସପ୍ତାହକୁ ପାଳନ କରିବାକୁ ଅନୁଷ୍ଠାନ ତରଫରୁ ସ୍ଥିର କରାଯାଇଛି ।
ଆଜିର କାର୍ଯ୍ୟକ୍ରମ ଟି କାର୍ଯ୍ୟକାରୀ ସଭାପତି ଶ୍ରୀ ବ୍ରଜବନ୍ଧୁ ମହାରଣାଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ସଦସ୍ୟ ମାନଙ୍କ ପୂର୍ଣ୍ଣ ସହଯୋଗ ରେ ଅନୁଷ୍ଠାନର ସଂସ୍କୃତି ବିଭାଗ ପ୍ରମୁଖ ଶ୍ରୀ ଦୀପକ କୁମାର ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ସାହିଭାଇ ଅନୁଷ୍ଠାନର ଯୁଗ୍ମ ସମ୍ପାଦକ ସୂର୍ଯ୍ୟ ନାରାୟଣ ପ୍ରଧାନ ଏହି ସୂଚନା ପ୍ରଦାନ କରିଛନ୍ତି |