
ଜଗନ୍ନାଥ ପ୍ରସାଦ ରୁ ଚିତ୍ତରଞ୍ଜନ ଗନ୍ତାୟତ ଙ୍କ ରିପୋର୍ଟ
ଗଞ୍ଜାମଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକର ରାଉତି ଗ୍ରାମପଞ୍ଚାୟତ ରେ ଅବସ୍ଥିତ ପଙ୍କାଳ ସାହି, ବେଡାଘାଇ, ଜରିପଙ୍କାଳ, ଆଲମଡ଼ା ପରି କିଛି ଗାଁ ଯୋଉ ଠାରେ ହରିଜନ, ଆଦିବାସୀ, ଙ୍କ ସମେତ କିଛି ଓ ବି ସି ଜନତା ବସବାସ କରନ୍ତି ପ୍ରାୟ 300ଘର ନିର୍ଭର କରନ୍ତି ଏଇ ରାସ୍ତାରେ ହେଲେ ପ୍ରଶାସନ ର ଅବହଳl ନା ଦୁର୍ନୀତି ଗ୍ରସ୍ତ ନେତା ମାନଙ୍କ ରାସ୍ତା କାମରେ ଠକି ଖାଇବା ନିମନ୍ତେ ମଧୁ ଚନ୍ଦ୍ରିକା ର କାରଣ ଜଣା ପଡୁନି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କି ନବୀନ ବାବୁଙ୍କ କିଛି ଯୋଜନା ଏଇ ଗ୍ରାମବାସୀଙ୍କୁ ସାତ ସପନ ପ୍ରଶାସନ ଙ୍କୁ କହି କହି ଏବଂ ଲେଖି ଲେଖି ଥକି ଗଲେଣି ଏବଂ ଆଶା ହରାଇ ବସି ଛନ୍ତି ଗାଁ କୁ 108, କୁ 102 ଆମ୍ବୁଲାନ୍ସ ସେବା ସାତ ସପନ ବର୍ଷା ଦିନରେ ତ ଚାଲି ଯିବା ତ କଷ୍ଟ କର ଯଦି ଗାଁ ର କାହାର ଦେହ ଖରାପ ହେଲେ ତାକୁ ପଙ୍କାଳ ସାହି ଆଣିଲେ ଆମ୍ବୁଲାନ୍ସ ସେବା ମିଳିବ ସେପଟେ କାଦୁଆ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାରେ ମହା ଦୁର୍ନୀତି ହୋଇଛି ମେଣ୍ଟାଲ, ମୋରମ ନପକାଇ ଅତି ନିମିନ ମାନର ଖାରି ମାଟି ପଡିଛି ଗ୍ରାମବାସୀ ରାସ୍ତାରେ ଧାନ ରୋଇବା ଦେଖି ବାକୁ ମିଳିଛି ପଚାରି ବାରୁ ଆଗରୁ ରାସ୍ତା ରେ ଯିବା କୁ ଚଲୁଥିଲା ହେଲେ ବର୍ତମାନ ଘରୁ ବାହାରିବା କଷ୍ଟ କର ହୋଇଛି ଜନସାଧାରଣ ପ୍ରଶାସନ କୁ ଗୁହାରି କରିଛନ୍ତି ଯେ ଯଥା ଶୀଘ୍ର ଏହାର ପ୍ରତିକାର ନ କଲେ ଜନସାଧାରଣ ରାଜରାସ୍ତା କୁ ଓଲ୍ହାଇବେ ବୋଲି କହିଛନ୍ତି