ବ୍ରହ୍ମପୁର: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଅକ୍ଟୋବର ୨ ଠାରୁ ନଭେମ୍ବର ୨ତାରିଖ ପର୍ଯ୍ୟନ୍ତ ବିଜେଡି ପକ୍ଷରୁ ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ କରୋନା ଜନସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁର ମହାନଗର ନିଗମର ଆଙ୍କୁଲି ଓ ଲାଞ୍ଜିପଲ୍ଲୀ ସମେତ କୁକୁଡାଖଣ୍ଡି ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତଗୁଡିକରେ ଅନୁଷ୍ଠିତ ଜନସଚେତନତା କାର୍ଯ୍ୟକ୍ରମରେ ଗୋପାଳପୁର ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ନିମଖଣ୍ଡ, ବୋରିଗାଁ ପଞ୍ଚାୟତରେ ଜନସଚେତନତା କାର୍ଯ୍ୟକ୍ରମସାରି ଲୋଚାପୋଡା ପଞ୍ଚାୟତରେ ଅନୁଷ୍ଠିତ ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଏହାସହ ସ୍ଥାନୀୟ ଜନସାଧାରଣଙ୍କୁ ମାସ୍କ ବଣ୍ଟନ କରିବା ସହ କୋଭିଡ୍ ନିୟମକୁ କଡାକଡି ପାଳନକରି ସଚେତନତା ରହିବାକୁ ବିଧାୟକ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ କୁକୁଡାଖଣ୍ଡି ବ୍ଲକ୍ ଅଧ୍ୟକ୍ଷ କାମାକ୍ଷାପ୍ରସାଦ ପାତ୍ର, ଅଜିତ ପାତ୍ର, ବିଧାୟକ ପ୍ରତିନିଧି ଦିଲ୍ଲୀପ ପାତ୍ରଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।
Related Stories
November 23, 2024