
ବ୍ରହ୍ମପୁର: ଓମ୍ ନଗର ଠାରେ ବ୍ରହ୍ମପୁର ମହାନଗର ଯୁବ ବିଜେଡି ତରଫରୁ ବୃକ୍ଷରୋପଣ, ଚାରା ବଣ୍ଟନ ଓ କୋଭିଡ୍ ନିୟମାବଳୀ ସକାଶେ ଏକ ଜନସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ଗଞ୍ଜାମ ଜିଲ୍ଲା ସଭାପତି ଡ. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ସୁବାଷ ମହାରଣା, ମହାନଗର ଯୁବ ବିଜେଡି ସଭାପତି ଅଜିତ କୁମାର ପଣ୍ଡା, ଜିଲ୍ଲା ଯୁବ ସଭାପତି ଲକ୍ଷ୍ମଣ ଚୌଧୁରୀ, ରାଜ୍ୟ ସାଧାରଣ ସମ୍ପାଦକ ଧନଞ୍ଜୟ ରାଓ, ସମ୍ପାଦକ ମୁକୁନ୍ଦ ଗୌଡ, ରାଜ୍ୟ ମହିଳା ବିଜେଡି ସମ୍ପାଦିକା ସଂଘମିତ୍ରା ଦଳାଇ, ସଞ୍ଜିତ ପାଣିଗ୍ରାହୀ, ମଦନ ଦଳାଇ, ଅସିତ୍ କୁମାର ସାବତ, ସୁଧାକର ସ୍ୱାମୀ, ନଳିନୀକାନ୍ତ ଦେବଦର୍ଶି, ଉଦ୍ଧବ ବିଷୋୟୀ, ଆପ୍ପା ରାଓ, ଓମ୍ ନଗର ୟନିଅନ ତରଫରୁ ରାଜେଶ କୁମାର ପଟ୍ଟନାୟକ, ସୁରେଶ ଚନ୍ଦ୍ର ଉପାଧ୍ୟାକ୍ଷା, ରାଜୀବ ବିଷୟ, ବଂଶୀ ପ୍ରଧାନ, ରଞ୍ଜନ ପାତ୍ରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।