
ବ୍ରହ୍ମପୁର : ଅଗ୍ରଣୀ ଅନୁଷ୍ଠାନ ମହାନ ସଂଘର ୩୫ତମ ପ୍ରତିଷ୍ଠା ଦିବସ ରାମଚନ୍ଦ୍ରପୁରସ୍ଥିତ କାର୍ଯ୍ୟାଳୟରେ କୋଭିଡ୍ ନିୟମ ଅନୁଯାୟୀ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ବସ୍ତିଞ୍ଚାଳ ମହିଳା ମାନଙ୍କୁ କରୋନା ପ୍ରତିକାର ସମ୍ପର୍କରେ ସଚେତନ କରାଯାଇଥିଲା । ସେମାନଙ୍କୁ ମାସକ ସାନିଟାଇଜର ଓ କମ୍ବଳ ବିତରଣ କରାଯାଇଥିଲା । ସଂଘର ବାର୍ଷିକ ଉତ୍ସବ ଆଗାମୀ ମାସରେ କୋଭିଡ୍ ଗାଇଡ୍ଲାଇନ୍ ଅନୁଯାୟୀ କରାଯିବା ସହ ଆଗାମୀଦିନରେ ବହୁତ ଜନହିତକାରୀ କାର୍ଯ୍ୟ ହାତକୁ ନିଆଯିବା ନିଷ୍ପତ୍ତି ହୋଇଥିଲା । ସଂଘର ସଭାପତି ସୁଶାନ୍ତ କୁମାର ସାବତଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୋମିକ୍ ସାହୁ, ବିଶ୍ମାଚାର୍ଯ୍ୟ ଚୌଧୁରୀ, ସୁରେଶ ତ୍ରିପାଠୀ, ବୃନ୍ଦାବନ ବେହେରା, ହୃଷିକେଶ ସାହୁ, ସଞ୍ଜୟ ମାଝୀ, ମହେନ୍ଦ୍ର ବେହେରା, ସମ୍ପାଦକ ହରିପ୍ରସାଦ ମଲାଣ ଓ ସବିତା ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।