
ବ୍ରହ୍ମପୁର : ବିଜୁ ଜନତା ଦଳ ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଅକ୍ଟୋବର ୨ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ନଭେମ୍ବର ୨ତାରିଖ ପର୍ଯ୍ୟନ୍ତ ଜନସମ୍ପର୍କ ପଦଯାତ୍ରା ପରିବର୍ତ୍ତେ କରୋନା ମହାମାରୀ ପରିପ୍ରେକ୍ଷୀରେ ଜନସଚେତନତା ଯାତ୍ରା ହିଞ୍ଜିଳିକାଟୁ ବିଜେଡି ପକ୍ଷରୁ ଆରମ୍ଭ ହୋଇଯାଇଛି । ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଓ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ଠାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବାପରେ ଜାତୀୟ ରାଜପଥ ବ୍ଲକ୍ ଛକ, ବିଜୁ ପଟ୍ଟନାୟକ ଛକ, ବଇଁଚ ବଣିଆ ଛକରେ ମାସ୍କ ଓ ସାମାଜିକ ଦୂରତା ସମ୍ବନ୍ଧୀୟ ସଚେତନତା ସହ ମାସ୍କ ବଣ୍ଟନ କରାଯାଇଥିଲା ଓ କରୋନା ଠାରୁ ବିଜୟ ହାସଲ ନିମନ୍ତେ ସଂକଳ୍ପ କରାଯାଇ ଜନ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭୀମସେନ ବେହେରା, ସୁବାଷ ପୋଲେଇ, ସଞ୍ଜୟ କୁମାର ପଣ୍ଡା, ପବିତ୍ର ମୋହନ ପାଣିଗ୍ରାହୀ, ଶିବରାମ ଗୌଡ, କିରଣ ପଟ୍ଟନାୟକ, ପ୍ୟାରୀମୋହନ ପାଢ଼ୀ, ରେହିତ ବିଷୋୟୀ, ସରୋଜ ପଣ୍ଡା, ଦ୍ୱିତୀକୃଷ୍ଣ ସାବତ, ଯୁଧିଷ୍ଠିର ସ୍ୱାଇଁ, ନୀଳମଣୀ ପଟ୍ଟନାୟକ, ମାନସ ବେହେରା, ଗୌରହରି ସାମନ୍ତରା, ତପନ ସାହୁ, ବସନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।