
ମାଲକାନଗିରି– ମାଲକାନଗିରି ଜିଲ୍ଲା ସ୍ତରୀୟ ୧୫୦ ତମ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି ! ପୁରୁଣା ଜିଲ୍ଳାପାଲ ଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧକ୍ଷ ଦଶରଥ ପଡ଼ିଆମୀ , ପୂର୍ବତନ ବିଧାୟକ ତଥା ଜିଲ୍ଲା ଉନ୍ନୟନ ପରିଷଦ ଅଧକ୍ଷ ମାନସ ମାଡ଼କାମୀ , ଜିଲ୍ଲାପାଳ ମନୀଷ ଅଗ୍ରୱାଲ , ଅତିରିକ୍ତ ଜିଲ୍ଲାପାଳ ବିରେଶନ ପ୍ରଧାନ , ସୂଚନା ଏବଂ ଲୋକ ସଂପର୍କ ଅଧିକାରୀ ଦିଲୀପ କୁମାର ସାମନ୍ତରାୟ , ତହସିଲଦାର ଗୁଣନିଧି ନାୟକ , ଓ ବିଭିନ୍ନ ବିଭାଗର ପଦାଧିକାରୀ ଏବଂ ବୁଦ୍ଧିଜୀବୀ ମାନେ ଉପସ୍ଥିତି ରହି ମହାତ୍ମା ଗାନ୍ଧୀ ଏବଂ ଗୋପ ବନ୍ଧୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟାର୍ପଣ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ମାଲକାନଗିରି ଆଜି ତାର ୨୮ ବର୍ଷ ପୂର୍ତ୍ତି କରିଥିଲା ବେଳେ ଜିଲ୍ଲାର ବିକାଶ ଦ୍ରୁତ ଗତିରେ ଅଗାଇ ଚାଲିଛି ।
ବିଶେଷ କରି ରାସ୍ତା ଘାଟ , ଜଳ ସେଚନ , କୃଷିର ଉନ୍ନତି , ସ୍ୱାସ୍ଥ୍ୟ ସମସ୍ୟା , ବିଦ୍ୟୁତ ଏବଂ ଟେଲି ଯୋଗାଯୋଗର ଉନ୍ନତି ଘଟିଛି । ଆଗାମୀ ଦିନରେ ଜିଲ୍ଲାରେ ଅନେକ ନୂତନ ପ୍ରକଳ୍ପ କାର୍ଯ୍ୟକାରୀ କରିବାପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦ୍ଧକ୍ଷେପ ନିଆଯାଉଛି । ପୋଲିସ , ବିଏସଏଫ ଏବଂ ଜନସାଧାରଣଙ୍କ ସହଯୋଗରେ ମାଲକାନଗିରି ଜିଲ୍ଲା ମାଓ ମୁକ୍ତ ହେବାକୁ ଯାଉଛି । ସ୍ୱାଭିମାନ ଅଞ୍ଚଳର ବିକାଶକୁ ତ୍ୱରାନିତ କରିବା ପାଇଁ ଜିଲ୍ଲା ପ୍ରଶାସନ ତାର ଉଧ୍ୟମ ଜାରି ରଖିଛି । ଏହି ଅବସରରେ ମିଶନ ଶକ୍ତି ତରଫରୁ ମଣ୍ଡିଆରେ ପ୍ରସ୍ତୁତ ଏକ ଜଳଖିଆ ଷ୍ଟଲକୁ ଜିଲ୍ଲାପାଳ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସାମନ୍ତ ରାୟ ପରିଚାଳନା କରିଥିଲେ ।