କେନ୍ଦ୍ରାପଡ଼ା – ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମଜୟନ୍ତୀ କେନ୍ଦ୍ରାପଡ଼ାରେ ମହାସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ, ଜିଲ୍ଲା ସ୍ୱାଧିନତା ସଂଗ୍ରାମୀ ସମିତି, ଗାନ୍ଧୀପଦଯାତ୍ରା ସ୍ମୃତି ପରିଷଦ ଏବଂ ଜିଲ୍ଲା ବିଜେପି ଏହି ଜୟନ୍ତୀକୁ ନିଜସ୍ୱ ଢଙ୍ଗରେ ପାଳନ କରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାରେ ଗାନ୍ଧିପଦଯାତ୍ରାର ସ୍ମୃତିକୁ ସଂରକ୍ଷଣ କରାଯିବ ବୋଲି ଅନୁଷ୍ଠିତ ସଭାରେ ଅତିଥିମାନେ କହିଛନ୍ତି ।
ପବିତ୍ର ଗାନ୍ଧିଜୟନ୍ତୀ ଅବସରରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଳ୍ଲାପାଳ ସମର୍ଥ ବର୍ମାଙ୍କ ନେତୃତ୍ୱରେ ଦୁହୁରିଆ ରତ୍ନାକର ହାଇସ୍କୁଲ ଠାରୁ ଗାନ୍ଧୀଙ୍କ ସ୍ମଅତି ଉଦ୍ଦେଶ୍ୟରେ ଏକ ପଦଯାତ୍ରା ଗରାପୁର ଡାକବଙ୍ଗଳା ଅଭିମୁଖେ ଆସିଥିଲା । ତିନିମୁହାଣି ଠାରେ କେନ୍ଦ୍ରାପଡ଼ା ସ୍ୱାଧିନତା ସଂଗ୍ରାମୀ ଏବଂ ଗାନ୍ଧି ପଦଯାତ୍ରା ସ୍ମୃତି ପରିଷଦ ଆନୁକୂଲ୍ୟରେ ବିଧାୟକ ଶଶିଭୂଷଣ ବେହେରାଙ୍କ ନେତୃତ୍ୱରେ ହଜାର ହଜାର ବିଭିନ୍ନ ଗୋଷ୍ଠୀର ବ୍ୟକ୍ତିବିଶେଷ ସାମିଲ ହୋଇ ପଦଯାତ୍ରାରେ ଗରାପୁର ଡାକବଙ୍ଗଳାରେ ପହଂଚିଥିଲେ । ଏଠାରେ ଅବସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତିରେ ବିଧାୟକ ଶ୍ରୀବେହେରା, ଜିଳ୍ଲାପାଳ ଶ୍ରୀ ସମର୍ଥବର୍ମାଙ୍କ ସମେତ ଜିଲ୍ଲା ସ୍ୱାଧିନତା ସଂଗ୍ରାମ ସମିତି ସଭାପତି ନକୁଳ ଦାସ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ଏହି ପଦଯାତ୍ରାରେ ଜିଲ୍ଲା ପରିଷଦ ସଭାପତି ମାନସ ପରିଡ଼ା, କେନ୍ଦ୍ରାପଡ଼ା ପଂଚାୟତ ସମିତି ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ଶିକ୍ଷାବିତ୍ ଅଜୟ ସାମଲ, ପରିଷଦର ଅଧ୍ୟକ୍ଷ ଭଜକୃଷ୍ଣ ରାଉତ, ବିଜେଡ଼ିନେତା ଦେବଦାସ ମହାନ୍ତି, ଶ୍ରୀକାନ୍ତ ପଣ୍ଡା, ପ୍ରଦୀପ ମହାନ୍ତି, ରବି ସାମଲ, ଧିରେନ୍ ସାହୁ, ରାଜେଶ ପଣ୍ଡା, ବିଜୟ ପତି, ହିରଣ୍ୟ ପଣ୍ଡା, ବ୍ରହ୍ମାନନ୍ଦ ତ୍ରିପାଠୀ, ଶିବ ପ୍ରସାଦ ଭଳ, ପରିକ୍ଷିତ ପାତ୍ର, ଅଧ୍ୟାପକ ଅଜୟ ରାଉତ, କାଳି ପ୍ରସାଦ ମିଶ୍ର, ଉମାକାନ୍ତ ସାମନ୍ତରାୟ, ଗୀତା ସେଠୀ, ଜ୍ୟୋତ୍ସ୍ନାରାଣୀ ଜେନା, ସ୍ନେହପ୍ରଭା ତ୍ରିପାଠୀ, ସବିତା ସାହ. ଶକ୍ତିକାନ୍ତ ପାତ୍ରଙ୍କସମେତ ବହୁ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ସନ୍ଧ୍ୟାରେ କେନ୍ଦ୍ରାପଡ଼ା ଟାଉନ୍ହଲ୍ ଠାରେ ଅତିରିକ୍ତ ଜିଳ୍ଲାପାଳ ବସନ୍ତ ରାଉତଙ୍କ ସଭାପତିତ୍ୱରେ ଏବଂ ଅତିରିକ୍ତ ଜିଲ୍ଲା ସୂଚନା ଅଧିକାରୀ ଲକ୍ଷ୍ମଣ ବେହେରାଙ୍କ ସଂଯୋଜନାରେ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ମହାତ୍ମାଗାନ୍ଧିଙ୍କ ସତ୍ୟ କହିବା ଓ ସାହାସିକତା ପ୍ରଦର୍ଶନ କରିବା ଆଦର୍ଶରେ ଅନୁପ୍ରାଣୀତ ହେବାକୁ ଯୁବସମାଜକୁ ପରାମର୍ଶ ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା ତାଙ୍କ ବକ୍ତବ୍ୟରେ ମହାତ୍ମାଗାନ୍ଧୀଙ୍କ ଜନ୍ମ ଶତବାର୍ଷିକୀ ଜାତିସଂଘ ଅହିଂସା ଦିବସ ଭାବେ ପାଳନ କରୁଥିବାବେଳେ କେନ୍ଦ୍ରାପଡ଼ାରେ ମହାମାନବଙ୍କ ପାଂଚଦିନ ରହଣୀର ସ୍ମୃତି ଉତର ପିଢ଼ୀ ପାଇଁ ଜାଗ୍ରତ ରଖିବା ପାଇଁ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଡକ୍ଟର ବାସୁଦେବ ଦାସ ବାପୁଜୀଙ୍କ ଦକ୍ଷତା ନିଷ୍ଠା ଓ ଆଦର୍ଶବାଦ ଉପରେ ଆଲୋକପାତ କରିବା ସହ ସେ ଜଣେ କେବଳ ସ୍ୱାଧିନତା ସଂଗ୍ରାମୀ ନଥିଲେ ତ୍ୟାଗୀ ଏବଂ ସତ୍ୟର ପୁଜାରୀ ଥିଲେ ବୋଲି ଆଇନଷ୍ଟାଇନଙ୍କ ଉକ୍ତି ପ୍ରତିପାଦନ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥିଭାବେ ଜିଲ୍ଲା ପରିଷଦ ସଭାପତି ମାନସ ପରିଡ଼ା ବକ୍ତବ୍ୟ ରଖିଥିଲେ । ଏହି ସଭାରେ ଗୀତା ଓ ବାଇବେଲ୍ ପାଠ କରାଯାଇଥିଲା । ଏହି ଅବସରରେ ସମାଜସେବୀ ଗୋପାଳ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଭାବଗ୍ରାହୀ କଳାନିକେତନର ସଦସ୍ୟମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥô୍ଲେ । ସୂଚନା ବିଭାଗର ଅଲେଖ ଦାସ ଅତିଥି ପରିଚୟ ପ୍ରଦାନ କରିବା ମଂଚ ପରିଚାଳନା କରିଥିଲେ ।
ଜିଲ୍ଲା ବିଜେପି ତରଫରୁ ୧୫୦ତମ ଗାନ୍ଧିଜୟନ୍ତୀ ଅବସରରେ ପଦଯାତ୍ରା ଏବଂ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସଭାପତି ଦୁର୍ଯ୍ୟୋଧନ ସାହୁ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏବଂ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ରଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ସହରସ୍ଥ ପୁରୁଣା ମୋଟର ଷ୍ଟାଣ୍ଡ ଠାରୁ ପଦଯାତ୍ରାରେ ତିନିମୁହାଣୀ ଆସିଥିଲେ । ଏହି ସମୟରେ ରାସ୍ତାକୁ ସଫେଇ କରିବା ସହିତ ମହାତ୍ମାଗାନ୍ଧୀଙ୍କ ଆଦର୍ଶକୁ ପ୍ରଚାର କରିଥିଲେ । ତିନିମୁହାଣୀ ଠାରେ ପଥପ୍ରାନ୍ତ ସଭାରେ ଏହି ନେତାମାନଙ୍କ ସହିତ ସୁନାକର ବେହେରା, ଉମାକାନ୍ତ ପଟ୍ଟନାୟକ ପ୍ରମୁଖ ମହାତ୍ମାଗାନ୍ଧୀଙ୍କ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।