ଗଞ୍ଜାମ ଜଗନ୍ନାଥ ପ୍ରସାଦ ରୁ ଚିତ୍ତରଞ୍ଜନ ଗନ୍ତାୟତ ଙ୍କ ରିପୋର୍ଟ
Related Stories
November 23, 2024
ଜଗନ୍ନାଥ ପ୍ରସାଦ: ବିଭିନ୍ନ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଓ ଅଭିନବ କାର୍ଯ୍ୟକ୍ରମ ହାତକୁ ନେଇ ଗଂଜାମ ଜିଲ୍ଲା କୋଭିଡ ମହାମାରୀ ନିୟନ୍ତ୍ରଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଜିଲ୍ଲାରେ କୋରନା ସଂକ୍ରମଣ ସଂଖ୍ୟାରେ କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ମାସ ୨୪ ତାରିଖରୁ ଅକ୍ଟୋବର ୧ ପର୍ଯ୍ୟନ୍ତ କୋଭିଡ ସପ୍ତାହ ପାଳନ କରାଯାଉଛି। ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲlଙ୍ଗେ ଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲାର ସବୁ ଅଂଚଳରେ ବିଭିନ୍ନ ପ୍ରକାରର ନୂତ୍ୟ ପରିବେଷଣ କରାଯାଇ ଜନସାଧାରଣଙ୍କୁ କୋରନା ସଚେତନତା ର ବାର୍ତା ଦିଆଯାଇଛି। ସେହିପରି ଜଗନ୍ନାଥ ପ୍ରସାଦ ବ୍ଲକର ବିଭିନ୍ନ ଗ୍ରାମରେ ପାଲା, ଭାରତ ନୀଳା, ଦାସ କାଠି, ଘୋଡା ନାଚ ଅଦି ନୂତ୍ୟ ପରିବେଷଣ କରାଯାଇ ସମସ୍ତ ଗ୍ରାମବାସୀ ଙ୍କୁ କୋରନା ସଚେତନତା ର ବାର୍ତା ଦିଆଯାଇଛି । କୋଭିଡ଼ ସପ୍ତାହ ନିମନ୍ତେ ଜଗନ୍ନାଥ ପ୍ରସାଦ ବ୍ଲକ ପ୍ରଶାସନର ଏଭଳି ନିଆରା ପଦକ୍ଷେପ କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି ସେହି ପରି ବ୍ଲକର (ବି. ଡି. ଓ )ସୁରେଶ ଚନ୍ଦ୍ର ପଣ୍ଡା ଙ୍କ ନେତୃତ୍ୱରେ ଅତିରିକତ ତହସିଲଦାର ବାରିଅଲ ମୁର୍ମୁ ସିଡିପିଓ ମଣିବାଳା , ଏବିଓ, ଶିକ୍ଷକ, ଅଙ୍ଗନବାଡି ୱାରକର, ସହାଇକା, ବ୍ଲକର ସମସ୍ତ କର୍ମଚାରୀ, ସରପଞ୍ଚ ଦେବୀ ପ୍ରସାଦ ମହାପାତ୍ର ଙ୍କ ସମେତ ବହୁ କର୍ମଚାରୀ ଯୋଗ ଦେଇଥିଲେ
ଗଞ୍ଜାମ ଜଗନ୍ନାଥ ପ୍ରସାଦ ରୁ ଚିତ୍ତରଞ୍ଜନ ଗନ୍ତାୟତ ଙ୍କ ରିପୋର୍ଟ