ଭୁବନେଶ୍ୱର– ଗଂଜାମ ଦିଗପହଣ୍ଡି ଓ କୋରାପୁଟ ଆର ଏମ ସି ରେ ବ୍ୟାପକ ଦୁର୍ନୀତିର ଅଭିଯୋଗ ଆଣିଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ଆଜି ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ ଏହି ମାମଲାରେ ରୁଲିଂ ଦାବି କରିଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।
୧୦୦ କୋଟି ଟଙ୍କାର ସମ୍ପତିକୁ ଆର ଏମ ସି କମିଟି ବିକ୍ରି କରିଦେଇଥିବା ଅଭିଯୋଗ କରିବା ସହ ଏହାର ତଦନ୍ତ କରିବାକୁ ବାଚସ୍ପତିଙ୍କ ରୁଲିଂଗ ଦାବି କରିଥିଲେ । ଅନ୍ୟ ପକ୍ଷରେ ଏହି ଘଟଣାରେ ବିଭାଗୀୟ ମନ୍ତ୍ରୀ ଏକ କମିଟି ଗଠନ କରି ନିଜେ ତଦନ୍ତ କରିବେ ଓ ଆବଶ୍ୟକ ପଡ଼ିଲେ ଭିଜିଲାନ୍ସ ତଦନ୍ତ କରାଇବାକୁ ବାଚସ୍ପତି ନିର୍ଦେଶ ଦେଇଥିଲେ ।