ଗଂଜାମ- ଗତକାଲି ସନ୍ଧ୍ୟାରେ ଶେରଗଡ଼ ପିତଳ ଛକ ଚନ୍ଦ୍ରିକା ଆବାସିକ ବିଦ୍ୟା ମନ୍ଦିରଠାରେ ଚନ୍ଦ୍ରିକା ସାହିତୃ ସଂସଦ ତରଫରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ ଅବସରରେ ଏକ କବି ଓ କଳାକାର ସମାବେଶ ସହିତ ଚନ୍ଦ୍ରିକା ପ୍ରତିଭା ସମ୍ମାନ ଓ ସାରସ୍ୱତ ସମାରୋହ କାର୍ଯ୍ୟକ୍ରମ ପ୍ରଧାନାଚାର୍ଯ୍ୟ ବିଚିତ୍ରା ନନ୍ଦ ମୁନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଅଧିବେଶସନରେ କବିତା ପାଠ ପୂର୍ବକ ସହ କଳାକାର ମାନଙ୍କ ଦ୍ୱାରା ଦାସକାଠିଆ ଓ କୋଠିଶାଳ ପରିବେଷଣ କରାଯାଇଥିଲା । ସେବା ନିବୃତ ପ୍ରଧାନ ଶିକ୍ଷକ ହରାହର ଚୌଧୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କବି ସୁଶାନ୍ତ କର ଓ ରତ୍ନାକର ସିଂହ କବିତା ସଂଯୋଜନା କରିଥିଲେ । ଉତ୍ସବରେ ଦ୍ୱିତୀୟ ଅଧିବେଶନରେ ମୂଖ୍ୟ ଅତିଥିରୂପେ ବିଜୟ କୁମାର ମହାରଣା, ମୁଖ୍ୟ ବକ୍ତା ରୂପେ ଡ. ବିମଳ ପ୍ରସାଦ ପଟ୍ଟନାୟକ, ସମ୍ମାନନୀୟ ଅତିଥି ରୂପେ ଅମୂଲ୍ୟ କୁମାର ଦାଶ ଓ ପଣ୍ଡିତ ଉପେନ୍ଦ୍ର ନାଥ ମିଶ୍ର ପ୍ରମୁଖ ଯୋଗଦେଇ ଗାନ୍ଧୀ ଶାସ୍ତ୍ରୀଙ୍କ ଜୀବନୀ ଉପରେ ଉଦବୋଧନ ଦେଇଥିଲେ ଓ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ମତବ୍ୟକ୍ତ କରିଥିଲେ ଏବଂ ପ୍ଲାଷ୍ଟିକ ପଲିଥିନ ବର୍ଜନ କରିବାକୁ କହିଥିଲେ । ଏହି ଅବସରରେ ମହାନ୍ତିଙ୍କୁ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଓ ସମାଜ ସେବା ପାଇଁ ପ୍ରଧାନାଚାର୍ଯ୍ୟ ବିଚିତ୍ରାନନ୍ଦ ମୁନୀ ମାନପତ୍ର, ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।
ଏତଦ୍ ବ୍ୟତୀତ କବି ସୁଶାନ୍ତ କର, ଶେରଗଡ଼ ବ୍ଲକ ଅନୁପମ ଭାରତ ପ୍ରତିନିଧି କରୁଣା କର ସାହୁ, ଶିକ୍ଷାବିତ ନିରଂଜନ ଜେନା, ଲୋକନାଥ କର, କଳାକାର ଦେବେନ୍ଦ୍ର ନାଥ ଦାଶ, ବନବାସୀ ନାହକ, ମାଗୁଣି ମିଶ୍ର, ଜୟରାମ ସ୍ୱାଇଁ ଓ କବି ଉପେନ୍ଦ୍ର ନାଥ ଦାଶଙ୍କ ସମେତ ୫୧ ଜଣ ପ୍ରତିଭାବାନ ବ୍ୟକ୍ତିଙ୍କୁ ମଧ୍ୟ ଉତ୍ସବରେ ସମ୍ମାନୀତ କରାଯାଇଥିଲା । ଉତ୍ସବରେ ଜିଲ୍ଲାର ବିଭିନ୍ନ ଅଂଚଳରୁ ବହୁ କଳାକାର, ସାହିତ୍ୟିକ, କବି, ଭଦ୍ର ବ୍ୟକ୍ତି ଓ ଭଦ୍ର ମହିଳା ଯୋଗ ଦେଇଥିଲେ ।