ଗଞ୍ଜାମ- ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକର ୧୪୫ଟି ବିଦ୍ୟାଳୟରେ କାମ କରୁଥିବା ପାଚିକା, ସହାୟିକାଙ୍କ ୫ ମାସର ପାରିଶ୍ରମିକ ମିଳିନି । କିନ୍ତୁ, ସେମାନଙ୍କ ସମସ୍ୟା ବୁଝିବାକୁ ସତେ ଯେମିତି କେହି ନାହାଁନ୍ତି । ପ୍ରତି ବିଦ୍ୟାଳୟର ପାଚିକା ଓ ସହାୟିକା ମାନେ କରୋନା ମହାମାରୀ ମୁକାବିଲାରେ ଦାୟୀତ୍ୱ ତୁଲାଇଥିଲେ । ତେବେ ଏହି ସମୟରେ ଅର୍ଥାଭାବରୁ ସେମାନେ ବାଦ୍ ପଡିନାହାଁନ୍ତି । ବିଦ୍ୟାଳୟଗୁଡିକ ରାଜ୍ୟ ସରକାରଙ୍କ କୋଭିଡ଼୍ କଟକଣା ପାଇଁ ଆଜକୁ ୬ ମାସ ହେଲା ବନ୍ଦ ଥିବା ବେଳେ ଶିକ୍ଷା ବିଭାଗ ସେମାନଙ୍କ ଦରମା ମଧ୍ୟ ପ୍ରଦାନ କରିନାହାଁନ୍ତି । ଫଳରେ ବ୍ଲକରେ ୧୪୫ଟି ବିଦ୍ୟାଳୟରେ କାମ କରୁଥିବା ୩୦୦ ରୁ ଉର୍ଦ୍ଧ୍ୱ ପାଚିକା, ସହାୟିକା ମାନେ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି । ଏମାନଙ୍କର ସ୍ୱଳ୍ପ ପାରିଶ୍ରମିକ ହୋଇଥିଲେ ହେଁ ମାସକୁ ମାସ ପ୍ରାପ୍ୟ ମିଳୁନାହିଁ । ତେଣୁ ସେମାନେ ଅଭାବ ଅନାଟନ ମଧ୍ୟରେ ଗତି କରୁଛନ୍ତି । ସେମାନଙ୍କର ପ୍ରାପ୍ୟ ପ୍ରତି ମାସରେ ପ୍ରଦାନ କରାଯାଉ ବୋଲି ସଂଘ ପକ୍ଷରୁ ଦାବି କରାଯାଇଛି ।
Related Stories
November 23, 2024