
ନୂଆଦିଲ୍ଲୀ,କରୋନାରେ ବର୍ତମାନ ଯାଏ ମୋଟ ୫୮ ଜଣ ସିଆରପିଏଫ ଯବାନଙ୍କ ମୃତ୍ୟୁ ହୋଇଛି । ବୁଧବାର ପୁଣି ଥରେ ୮୨ ଜଣ ସିଆରପିଏଫ ଯବାନ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨୩୪ ଜଣ ଯବାନ ସୁସ୍ଥ ହୋଇଛନ୍ତି । ବୁଧବାର ଜଣେ ସିଆରପିଏଫ ଯବାନଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି।
ସୂଚନା ଅନୁସାରେ ବର୍ତମାନ ୧୫୯୮ ଜଣ ଯବାନ ଚିକିତ୍ସାଧୀନ ଥିବା ବେଳେ ୯୪୧୬ ଜଣ ସୁସ୍ଥ ହୋଇଛନ୍ତି । ଫଳରେ କରୋନା ଭାଇରସ ସଂକ୍ରମିତ ସିଆରପିଏଫ ଯବାନଙ୍କ ସଂଖ୍ୟା ୧୧ ହଜାର ୭୨ରେ ପହଂଚିଛି ।
ମିଜୋରାମରେ ବୁଧବାର ୨୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୨୩ ଜଣ ହେଉଛନ୍ତି ସୁରକ୍ଷା କର୍ମୀ । ଉତ୍ତର ପୂର୍ବ ରାଜ୍ୟରେ ଏପର୍ଯ୍ୟନ୍ତ ୧୯୮୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।