ଭୁବନେଶ୍ୱର– ଆସନ୍ତାକାଲି (ଶୁକ୍ରବାର) ଗାନ୍ଧୀ ଜୟନ୍ତୀ ଠାରୁ ବିଜୁ ଜନତା ଦଳର ମାସେ ବ୍ୟାପୀ ଜନସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହେବ । କରୋନା ମହାମାରୀର ମୁକାବିଲା ପାଇଁ ପ୍ରତ୍ୟେକ ୱାର୍ଡ ଓ ପଂଚାୟତ ସ୍ତରରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ସହ ସାମାଜିକ ଦୂରତା ରକ୍ଷା ଓ ମାସ୍କ ବଂଟନ ଭଳି କାର୍ଯ୍ୟକ୍ରମ ହେବ । ଶୁକ୍ରବାର ପୂର୍ବାହ୍ନରେ ଭୁବନେଶ୍ୱର ସ୍ଥିତ ଦଳୀୟ କାର୍ଯ୍ୟାଳୟ ଠାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ ବୋଲି ଭୁବନେଶ୍ୱର ଜିଲ୍ଲା ସଭାପତି ତଥା ବିଧାୟକ ସୁଶାନ୍ତ କୁମାର ରାଉତ ସୂଚନା ଦେଇଛନ୍ତି ।
ଉଲ୍ଲେଖ୍ୟଯୋଗ୍ୟ ଯେ ଗତ ୨୯ ତାରିଖ ଦିନ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ସମସ୍ତ ସାଂସଦ , ବିଧାୟକ , ସଦସ୍ୟ, ଜିଲ୍ଲା ଓ ବ୍ଲକ୍ ସଭାପତି ମାନଙ୍କୁ ଚିଠି ଲେଖି କୋଭିଡ୍ ଯୋଦ୍ଧା ସାଜି ଲୋକଙ୍କୁ ସଚେତନ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ ।