ଭୁବନେଶ୍ୱର– ରାଜ୍ୟରେ ଗୋଟିଏ ଦିନରେ ୩୪୪୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧୯୧୧୯ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ୧୮୧୪୮୧ ରୋଗୀ ସୁସ୍ଥ ହୋଇ ସାରିଥିବା ବେଳେ ସକ୍ରିୟ ମାମଲା ୩୬୭୪୩ ରହିଛି ।
ଆଜି ଚିହ୍ନଟ ହୋଇଥିବା ୩୪୪୩ ଜଣଙ୍କ ମଧ୍ୟରୁ ୨୦୧୭ ଜଣ ସଂଗରୋଧରୁ ହୋଇଥିବା ବେଳେ ୧୪୨୬ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୩୦ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଖୋର୍ଧା ଜିଲ୍ଲାରେ ୬୦୧ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି ।
ଅନୁଗୁଳ ଜିଲ୍ଲାରେ ୧୦୦ , ବାଲେଶ୍ୱର ଜିଲ୍ଲାରେ ୧୫୨ ଜଣ, ବରଗଡ ଜିଲ୍ଲାରେ ୧୧୧ , ଭଦ୍ରକ ଜିଲ୍ଲାରେ ୯୫, ବଲାଙ୍ଗିର ଜିଲ୍ଲାରେ ୧୧୪, ବୌଦ୍ଧ ଜିଲ୍ଲାରେ ୧୦ ,କଟକ ଜିଲ୍ଲାରେ ୩୫୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଦେବଗଡ ଜିଲ୍ଲାରେ ୧୩. ଢେଙ୍କାନାଳ ଜିଲ୍ଲାରେ ୪୭, ଗଜପତି ଜିଲ୍ଲାରେ ୧୮, ଗଂଜାମ ଜିଲ୍ଲାରେ ୫୪, ଜଗତସିଂହପୁର ଜିଲ୍ଲାରେ ୭୮, ଯାଜପୁର ଜିଲ୍ଲାରେ ୧୩୦. ଝାରସୁଗୁଡା ଜିଲ୍ଲାରେ ୭୭, କଳାହାଣ୍ଡି ଜିଲ୍ଲାରେ ୭୬, କନ୍ଧମାଳ ଜିଲ୍ଲାରେ ୧୦୩, କେନ୍ଦ୍ରାପଡା ଜିଲ୍ଲାରେ ୧୦୧,କେନ୍ଦୁଝର ଜିଲ୍ଲାରେ ୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି କୋରାପୁଟ ଜିଲ୍ଲାରେ ୫୨ ଜଣ, ମାଲକାନଗିରି ଜିଲ୍ଲାରେ ୨୯ , ମୟୁରଭଂଜ ଜିଲ୍ଲାରେ ୧୪୧ ନବରଙ୍ଗପୁୁରରେ ୮୯, ନୟାଗଡ ଜିଲ୍ଲାରେ ୮୮, ନୂଆପଡା ଜିଲ୍ଲାରେ ୮୭, ପୁରୀ ଜିଲ୍ଲାରେ ୧୩୨, ରାୟଗଡା ଜିଲ୍ଲାରେ ୨୯, ସମ୍ବଲପୁର ଜିଲ୍ଲାରେ ୧୩୧ ,ସୋନପୁର ଜିଲ୍ଲାରେ ୯୪ ତଥା ସୁନ୍ଦରଗଡ ଜିଲ୍ଲାରେ ୮୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ପୁଲରେ ୧୫୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।