କେନ୍ଦ୍ରାପଡ଼ା – କେନ୍ଦ୍ରାପଡା ପୈାରାଂଚଳ ଅଧିନ ଭଗବାନପୁର ଗ୍ରାମର ଚୋରାମଦ ବେପାରୀ କୃଷ୍ଣଚନ୍ଦ୍ର ପତ୍ରିଙ୍କୁ କେନ୍ଦ୍ରାପଡା ଟାଉନ୍ ପୋଲିସ ଗୁରୁବାର ପୂର୍ବାହ୍ନରେ ଗିରଫ କରିଛି । ତାଙ୍କ ନିକଟରେ ଥିବା ବିପୁଳ ପରିମାଣର ମଦ ଜବତ କରିବା ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ପବିତ୍ର ଗାନ୍ଧି ଜୟନ୍ତୀ ଅବସରରେ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ଗୁଡିକ ବନ୍ଦ ଥିଲାବେଳେ ଅଭିଯୁକ୍ତ କୃଷ୍ଣ ଖୋଲାଖୋଲି ଭାବେ ଚୋରା ମଦ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା । ଟାଉନ୍ଥାନା ଅଧିକାରୀ ଜ୍ୟୋତି ରଞ୍ଜନ ସାମନ୍ତରାୟଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ତଙ୍କ ଘର ଉପରେ ଚଢାଉ କରି ମଦ ଜବତ କରିବା ସହ କୃଷ୍ଣଙ୍କୁ ଗିରଫ କରିଥିବା ଟାଉନ୍ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।