
ଗଞ୍ଜାମ- ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ପୋଲିସ ଜିଲ୍ଲାର ଏସପି କାର୍ଯ୍ୟାଳୟରେ କାର୍ଯ୍ୟରତ ଏଏସପି ପ୍ରଭାତ ରାଉତରାୟ, ଡ଼ିଏସପି ପ୍ରକାଶ ଜେନା ଓ ଡ଼ିଏସପି ନିରଞ୍ଜନ କୁମାର ଧରଙ୍କ ସମେତ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ୧୯ ଜଣ କୋଭିଡ଼୍ ଯୋଦ୍ଧା କରୋନା ସଂକ୍ରମିତ ହୋଇଛନ୍ତି । ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଏ ପର୍ଯ୍ୟନ୍ତ ୧୪୫ ଜଣ ବିଭିନ୍ନ ଶ୍ରେଣୀର କର୍ମଚାରୀ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅଦ୍ୟାବଧି ୧୨୬ ଜଣ ସୁସ୍ଥ ହୋଇ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଅନ୍ୟ ୧୯ ଜଣ ଅନ୍ୟାନ୍ୟ କୋଭିଡ଼୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।