
ଭୁବନେଶ୍ୱର– ଓଡିଶାର ସର୍ବପୁରାତନ ବୈଦିକ ଗୁରୁକୁଳ ଆଶ୍ରମ, ବେଦବ୍ୟାସର ଟ୍ରଷ୍ଟି ତଥା ପୂର୍ବତନ ପ୍ରଧାନଶିକ୍ଷକ ଏବଂ ବେଦ ଓ ଆର୍ଯ୍ୟ ସମାଜର ଜଣେ ସମର୍ପିତ ପ୍ରଚାରକ ପଣ୍ଡିତ ଧନେଶ୍ୱର ବେହେରାଙ୍କ ଅକାଳ ବିୟୋଗରେ ଆର୍ଯ୍ୟ ସମାଜ ଓଡିଶାର ସଭାପତି ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଗଭୀର ଶୋକପ୍ରକଟ କରିଛନ୍ତି । ଏକ ଶୋକବାର୍ତାରେ କହିଛନ୍ତି ଯେ ପଣ୍ଡିତ ସ୍ୱର୍ଗତଃ ବେହେରା ସ୍ୱାମୀ ବ୍ରହ୍ମାନନ୍ଦଙ୍କର ଦକ୍ଷିଣ ହସ୍ତ ଭାବେ ବେଦବ୍ୟାସ ଆଶ୍ରମକୁ ପ୍ରତିଷ୍ଠିତ କରିବାରେ ସହଯୋଗ କରିଥିଲେ । ତାଙ୍କର ଆର୍ଯ୍ୟ ସମାଜ ଓ ବେଦ ପ୍ରତି ଶ୍ରଦ୍ଧା ଥିଲା ଅନନ୍ୟ । ଏହିଭଳି ଜଣେ ସର୍ବଗୁଣସଂପନ୍ନ ବ୍ୟକ୍ତିଙ୍କର ଅଭାବକୁ ଆର୍ଯ୍ୟ ସମାଜ ପରିବାର ମର୍ମେ ମର୍ମେ ଅନୁଭବ କରୁଛି ।
ଏହି ଅବସରରେ ଆର୍ଯ୍ୟ ଭବନ ଠାରେ ଏକ ବୈଦିକ ଶାନ୍ତିଯଜ୍ଞ ଆଜି ଅନୁଷ୍ଠିତ ହୋଇଥିଲା ।