କେନ୍ଦ୍ରାପଡ଼ା – ଜିଲ୍ଲାସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତିର ସମୀକ୍ଷା ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ୯ଟି ବ୍ଲକର ୩୮ ଜଣ ସିପି ନୋଡାଲ୍ କର୍ମଚାରୀମାନେ ଯୋଗ ଦେଇଥିଲେ । ଏହି ବୈଠକରେ ଗତ ୬ ମାସର ଆଶାକର୍ମୀ ଓ ଗାଁ କଲ୍ୟାଣ ସମିତିକୁ ମିଳିଥିବା ପ୍ରୋତ୍ସାହନ ରାଶି, ଆୟବ୍ୟୟ ଓ ଆଶାମାନଙ୍କର ତାଲିମ୍, ଗାଁ କଲ୍ୟାଣ ସମିତିର ବିଭିନ୍ନ କାର୍ଯ୍ୟ ଉପରେ ସମୀକ୍ଷା କରାଯାଇଥିଲା । ଆଶା ଓ ଗାଁ କଲ୍ୟାଣ ସମିତିର ବିଭିନ୍ନ କାର୍ଯ୍ୟଧାରା ଉପରେ ଆଲୋଚନା କରାଯାଇ ଏହାକୁ ଲୋକାଭିମୁଖୀ ଓ ଗ୍ରାମାଂଚଳର ଜନସାଧାରଣଙ୍କ କାର୍ଯ୍ୟରେ ଲଗାଯାଇପାରିବ ସେ ସମ୍ବନ୍ଧରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ମିର୍ଜାବାବର ବେଗ, ଗାଁ କଲ୍ୟାଣ ସମିତିର ସଂଯୋଜକ ଅମିତ୍ କୁମାର ପଣ୍ଡା, ଆଶା ସଂଯୋଜକ ଯଶୋସ୍ୱନୀ ସାହାଣୀ ପ୍ରମୁଖ ଉପସ୍ଥିତ ଥିଲେ ।