-
ବାଲେଶ୍ୱର ପାଇଁ ୧୬, ତିର୍ତୋଲ ପାଇଁ ୨୩ଜଣଙ୍କୁ ଦାୟିତ୍ୱ
ଭୁବନେଶ୍ୱର– ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ବାଲେଶ୍ୱର ସଦର ଓ ତିର୍ତୋଲ ଉପନିର୍ବାଚନ ପରିଚାଳନା ସମିତି ଗଠନ କରାଯାଇଛି । ବାଲେଶ୍ୱର ପାଇଁ ୧୬ ଜଣଙ୍କୁ ଏବଂ ତିର୍ତୋଲ ପାଇଁ ମୋଟ ୨୩ ଜଣଙ୍କୁ ଦାୟିତ୍ୱ ଦିଆଯାଇଛି ।
ବାଲେଶ୍ୱର ପରିଚାଳନା ସମିତିରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ,ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ସାଂସଦ ତଥା ରାଷ୍ଟ୍ରୀୟ ସମ୍ପାଦକ ବିଶେଶ୍ୱର ଟୁଡ଼ୁ , ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ , ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ,ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା, ପୂର୍ବତନ ବିଧାୟକ ୟନାରାୟଣ ମହାନ୍ତି , କେନ୍ଦୁଝର ବିଧାୟକ ମୋହନ ମାଝୀ , ନୀଳଗିରି ବିଧାୟକ ସୁକାନ୍ତ ନାୟକ , ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର , ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ , ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ ,ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ପୂର୍ବତନ ବିଧାୟକ ଗୋବିନ୍ଦ ଦାଶ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଜୟ କୁମାର ମିଶ୍ର ଏବଂ ବାଲେଶ୍ୱର ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ରହିଛନ୍ତି ।
ସେହିପରି ତିର୍ତୋଲ ପରିଚାଳନା ସମିତିରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱିରାଜ ହରିଚନ୍ଦନ ,ପୂର୍ବତନ ମନ୍ତ୍ରୀ ସମୀର ଦେ, ରାଜ୍ୟ ସାଧାରଣ ସମ୍ପାଦକ ନୟନ ମହାନ୍ତି ,
କଟକ ସାଂସଦ ପ୍ରାର୍ଥୀ ପ୍ରକାଶ ମିଶ୍ର,ରାଜ୍ୟ ଉପସଭାପତି ଭୃଗୁବକ୍ସି ପାତ୍ର , ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧାର ମହାପାତ୍ର,ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ , ରାଜ୍ୟ ଉପସଭାପତି ପ୍ରଭାତି ପରିଡ଼ା , ବିଜେପି ଯୁବମୋର୍ଚ୍ଚା ସଭାପତି ଇରାସିଶ ଆଚାର୍ଯ୍ୟ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସାରଦା ପ୍ରଧାନ, ଏସସି ମୋର୍ଚ୍ଚା ରାଜ୍ୟସଭାପତି ବିଭୁ ତରାଇ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭୁବନମୋହନ ଜେନା,ପୂର୍ବତନ ବିଧାୟକ ପ୍ରକାଶ ବେହେରା, ରାଜ୍ୟ ସମ୍ପାଦକ ଅମର ନାୟକ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲ୍ଲୀପ ମଲ୍ଲିକ , ଜଗତସିଂହପୁର ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟପ୍ରଦୀପ ବଳ ସାମନ୍ତ,ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂହ, ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ , ପୂର୍ବତନ ବିଧାୟକ ଅଲେଖ ଜେନା, ଗୋକୁଳାନନ୍ଦ ମଲ୍ଲିକଓ ପ୍ରଦୀପ ପଟ୍ଟନାୟକ ରହିଛନ୍ତିି ।